
ଗାନ୍ଧୀନଗର: ଗୁଜୁରାଟର ମୋରବି ଜିଲ୍ଲାର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ମିନି ଟ୍ରକ୍ ଓ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି | ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୦ ଜଣ ଆହତ ହୋଇଛନ୍ତି |
ଗୁଜୁରାଟର ମୋରବି ଜିଲ୍ଲାର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଗତକାଲି ଏକ କାର୍ରେ ୪ରୁ ୫ଜଣ ଜାତୀୟ ରାଜପଥରେ ଯାଉଥିବାବେଳେ ଚକା ଫାଟିଯିବାରୁ କାର୍ଟି ଭାରସାମ୍ୟ ହରାଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହାପରେ ଘଟଣା ସ୍ଥଳରେ ଟ୍ରକରେ ଥିବା ଯାତ୍ରୀ କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସମସ୍ତ ଆହତକଙ୍କୁ ମନ୍ତ୍ରୀ ବ୍ରିଜେସ ମର୍ଜା ଭେଟିଥିଲେ । ଏହି ଘଟଣା ନେଇ ମୁଖ୍ୟପ୍ରତି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଦେବାନେଇ ଘୋଷଣା କରିଛନ୍ତି ।