‘ଭାରତ ଏକ୍‌ ହୋଇ ଲଢ଼ିବ, ଜିତିବ’

ଆତଙ୍କବାଦୀ ଆକ୍ରମଣ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ବର୍ତ୍ତମାନ ଦେଶର ଭାବନା
ଅଲଗା ପ୍ରକାରର ରହିଛି । ଆତଙ୍କବାଦୀଙ୍କୁ ସୀମା ଆରପଟେ ବି ଦେଶର ଯବାନ ପରାକ୍ରମ ଦେଖାଉଛନ୍ତି । ଏଭଳି ସ୍ଥିତିରେ ପୂରା ଦେଶ ଏକଜୁଟ ଅଛି ବୋଲି କହିଛନ୍ତି ମୋଦି ।

ଏହାସହ ସେନା ଉପରେ ଦେଶର ଭରସା ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରି ସ୍ଥିତିରେ ସେନାର ମନୋବଳ କମ୍‌ ହେବା ଭଳି କାମ କରିବା ଉଚିତ ନୁହେଁ । ତେବେ ଆତଙ୍କବାଦକୁ ଦମନ କରିବା ପାଇଁ ଦେଶ କୌଣସି ପରିସ୍ଥିତିରେ ଅଟକିବ ନାହିଁ । ଏକଥା ସମସ୍ତଙ୍କୁ ଜଣାଇବାକୁ ହେବ । ତେବେ ସମସ୍ତେ ରାଷ୍ଟ୍ର ନିର୍ମାଣରେ ନିଜ ଦାୟିତ୍ବକୁ ପୂର୍ଣ୍ଣ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ମୋଦି ।

ଆଜି ଦେଶ ନୂଆ ରୀତି ଓ ନୀତିରେ ଆଗକୁ ବଢ଼ିଛି । ଭାରତ ଆଜି ଆତ୍ମବିଶ୍ବାସରେ ଭରପୂର ହୋଇ ରହିଛି । ଭାରତ ଏକ ହୋଇ ରହିବ, ବଢ଼ିବ, ଲଢ଼ିବ ଓ ଜିତିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Related Posts