(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ତରଫରୁ ସେପ୍ଟେମ୍ବର ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ସଙ୍ଗଠନ ପ୍ରସ୍ତୁତି ଆରମ୍ଭ କରିଛି।  ୨୭ ରେ ହେବାକୁ ଥିବା ଏହି ଭାରତ ବନ୍ଦ ଆନ୍ଦୋଳନକୁ ପୂରା ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ । 

ଭାରତ ବନ୍ଦକୁ ନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଦଳର ନେତାମାନଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଲୋଚନା କରି ଥିଲେ  । ବୈଠକ ପରେ ନିରଞ୍ଜନ କହିଛନ୍ତି ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂରା ସମର୍ଥନ କରିବ । 

ଏଥିସହିତ ରାଜ୍ୟ ବଢିଥିବା  ବିଦ୍ୟୁତ୍ ବିଲ ଏବଂ ବନ୍ୟା ପରିସ୍ଥିତିକୁ ନେଇ ସେପ୍ଟେମ୍ବର ୨୩ ତାରିଖ ଦିନ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ୍ ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। 

ଭାରତ ବନ୍ଦ ନିଷ୍ପତି ନେଇ ସେ  ସିପିଏମ, ସିପିଆଇ, ଆରଜେଡି, ଆଇଏନସି,  ସମାଜବାଦି ପାର୍ଟି ଓ ଏନସିପିର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୨୭ ତାରିଖରେ ସମୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡକାରା ଦେଇଥିବା ବେଳେ ଓଡ଼ିଶା, ତେଲେଙ୍ଗାନା ସମେତ ବହୁ ରାଜ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିରୋଧ କରି ଚାଷୀ ସଂଗଠନ ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି।