ମହିଳା ବିରୋଧୀ ତାଲିକାରେ ଓଡ଼ିଶା ଲଗାତର ୭ ବର୍ଷ ଧରି ୧ ନମ୍ବର , ଅଥଚ ରାଜ୍ୟ ପୋଲିସରେ ୩୩ % ଜାଗାରେ ମହିଳା ପୋଲିସଙ୍କ ସଂଖ୍ୟା ମାତ୍ର ୧୦ % : କଂଗ୍ରେସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁ ସବୁଠାରୁ ଅଧିକ ବିପଦରେ ଓ ଅସୁରକ୍ଷିତ । ସଦ୍ୟ ପ୍ରକାଶିତ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟରୁ ସ୍ପଷ୍ଟ ଯେ ମହିଳା ବିରୋଧର ଅପରାଧ ତାଲିକାରେ ସବୁଠୁ ଉପରେ ଓଡ଼ିଶା । ମାତ୍ର ଚିନ୍ତାର ବିଷୟ ଯେ ରାଜ୍ୟ ପୋଲିସ ଫୋର୍ସରେ ୩୩ ପ୍ରତିଶତ ମହିଳା କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୦ ପ୍ରତିଶତ । 

ଆଜି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ି ଗଲିଥିବା ଅପରାଧ ଓ ଶୋଷଣ ପାଇଁ ନବନୀ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି କଂଗ୍ରେସ ମିଡିଆ ସେଲ କନ୍‌ଭେନର ସତ୍ୟ ପ୍ରକାଶ ନାୟକ କହିଛନ୍ତି । ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ ହିଁ ରାଜ୍ୟ ସରକାରଙ୍କ କୁଶାସନର ସମସ୍ତ ତଥ୍ୟ ପ୍ରମାଣକୁ କେବଳ ରାଜ୍ୟ ନୁହେଁ ଦେଶବାସୀଙ୍କ ସାମନାରେ ଏବେ ଖୋଲି ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । 

ଅପରାଧିକ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ବିବସ୍ତ୍ର ବା ଉଲଗ୍ନ କରିବା ମାମଲାରେ ଓଡ଼ିଶା ଲଗାତାର ୭ବର୍ଷ ହେଲା ସାରା ଦେଶରେ ସବୁଠୁ ଉପରେ ରହିଛି । ୨୦୧୨ ମସିହା ଦିଲ୍ଲୀର ନିର୍ଭୟା ମାମଲା ପରଠାରୁ ଏନସିଆରବି ରିପୋର୍ଟରେ ମହିଳାଙ୍କ ବିବସ୍ତ୍ର ବା ଉଲଗ୍ନ କରିବା ମାମଲାକୁ ୨୦୧୪ ଠାରୁ ସାମିଲ କରାଯାଇଛି । 

ସେବେଠାରୁ ଚଳିତ ୨୦୨୧ ଏନସିଆରବି ରିପୋର୍ଟ ପର୍ଯ୍ୟନ୍ତ ଗତ ୭ବର୍ଷ ହେଲା ଓଡ଼ିଶା ଲଗାତାର ସାରା ଭାରତବର୍ଷର ସବୁଠୁ ଉପରେ ରହିଆସୁଛି , ଏହା ଦର୍ଶାଉଛି ନବୀନ ବାବୁଙ୍କ ଶାସନରେ ରାଜ୍ୟ ପୋଲିସ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ସତ୍ୟ ନାୟକ କହିଛନ୍ତି । 

୨୦୧୯ ରେ କରୋନା ଯୋଗୁଁ ସାରା ଦେଶରେ ମହିଳାଙ୍କ ବିରୋଧରେ ଅପରାଧ କମିଥିଲା ବେଳେ ଓଡ଼ିଶାରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ସାଇବର କ୍ରାଇମରେ ଓଡ଼ିଶାର ମହିଳା ସମଗ୍ର ଦେଶ ତୁଳନାରେ ଅଧୁକ ଠକେଇର ଶିକାର ହୋଇଛନ୍ତି , ସେହିଭଳି ବ୍ଲାକମେଲିଂ ପାଇଁ ମହିଳାଙ୍କ ମୁହଁକୁ ମର୍ଫି କରିବା ଏବଂ ପୋର୍ଣ୍ଣଗ୍ରାଫି ଆଜି ଅପରାଧର ଓଡ଼ିଶାର ସ୍ଥାନ ସାରା ଦେଶ ତୁଳନାରେ ମଧ୍ୟ ସର୍ବାଧିକ ବୋଲି ରିପୋର୍ଟ ଦର୍ଶାଇଛି । 

ମୋଟାମୋଟି ଭାବରେ ମହିଳାଙ୍କ ବିରୋଧରେ ସମସ୍ତ ପ୍ରକାର ଅପରାଧ ମାମଲାରେ ଓଡ଼ିଶାର ପ୍ରତି ଏକଲକ୍ଷ ମହିଳା ୧୧୩ ଜଣ ମହିଳା ଶିକାର ହେଉଛନ୍ତି ଯାହାକି ଆସାମ ପରେ ଦେଶରେ ଦ୍ବିତୀୟ । ଏହା ଦର୍ଶାଉଛି ସାରା ଦେଶରେ ମହିଳାମାନେ ଓଡ଼ିଶାରେ ସବୁଠାରୁ ଅଧିକ ଅସୁରକ୍ଷିତ । ଅଥଚ ୨୦୦୦ ମସିହା ବିଗତ ୨୧ ବର୍ଷ ହେଲା ଗୃହ ବିଭାଗକୁ ନିଜ ଅଧୀନରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏଥିପାଇଁ ସାମଗ୍ରୀକ ଭାବେ କେବଳ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜେ ହିଁ ଦାୟୀ ବୋଲି ସତ୍ୟ ନାୟକ କହିଛନ୍ତି । 

ଓଡ଼ିଶାରେ ମହିଳା ବିରୋଧୀ ହିଂସା ଦେଶରେ ସର୍ବାଧିକ ହେବା ପଛରେ ଆଉ ଏକ ବଡ଼ କାରଣ ହେଉଛି ରାଜ୍ୟ ପୋଲିସ ଫୋର୍ସ ଆବଶ୍ୟକ ୩୩ ପ୍ରତିଶତ ସଂଖ୍ୟକ ମହିଳା କର୍ମଚାରୀ ଓ ଅଧିକାରୀ ହିଁ ନାହିଁ ବୋଲି ସତ୍ୟ ନାୟକ ଅଭିଯୋଗ କରିଛନ୍ତି । ୩୩ ପ୍ରତିଶତ ମହିଳା ପୋଲିସ କର୍ମଚାରୀଙ୍କ ସ୍ଥାନରେ ଓଡ଼ିଶା ପୋଲିସ ବିଭାଗର ଅଛନ୍ତି ମାତ୍ର ୧୦ ପ୍ରତିଶତ ମହିଳା ପରିଣାମ ସ୍ଵରୂପ , ଓଡ଼ିଶାରେ ତଦନ୍ତ ସଠିକ ନହେବା ଏବଂ କନଭିସନ ରେଟ ମଧ୍ୟ ଅତ୍ୟନ୍ତ ନିରାଶଜନକ ବୋଲି କଂଗ୍ରେସ କହିଛି । 

ଗୋଟିଏ ପଟେ ରାଜ୍ୟର ମହିଳା ବିଭିନ୍ନ ପ୍ରକାର ଅପରାଧର ଶିକାର ହେଉଛନ୍ତି ଅଥଚ ରାଜ୍ୟ ସରାକର ଆବଶ୍ୟକ ମହିଳାଙ୍କୁ ପୋଲିସରେ ନିଯୁକ୍ତି ଦେଉନାହାଁନ୍ତି । ସରକାର ଯେଉଁ ହାରରେ ମହିଳାଙ୍କୁ ପୋଲିସରେ ନିଯୁକ୍ତି ଦେଉଛନ୍ତି ଯଦି ସେହି ହାରରେ ନିଯୁକ୍ତି ଦେଇଚାଲନ୍ତି ତେବେ ୩୩ ପ୍ରତିଶତ କୋଟା ରାଜ୍ୟ ପୋଲିସରେ ପୁରା ହେବାକୁ ୮୨ ବର୍ଷ ଲାଗିଯିବ ବୋଲି ସତ୍ୟ ନାୟକ କହିଛନ୍ତି । ଏହା ଦର୍ଶାଉଛି ଯେ ବିଜେଡ଼ି ସରକାର ଭୋଟ ବେଳକୁ ମହିଳାଙ୍କୁ ‘ ମା ’ ମା ’ ଡାକରେ ଯୋଡ଼ି ପକାଉଛି ମାତ୍ର ମାଆ ମାନଙ୍କ ସୁରକ୍ଷା ବେଳକୁ ଆଖି ବୁଜି ଦେଉଛି ବୋଲି କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ । 

Related Posts