ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡ଼ି ଦିଦି : ଗତକାଲି ରେଡ୍ ବେଳେ ଠାବ ହୋଇଥିଲା ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ । ଗତକାଲି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟି ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ୪ କୋଟି ଟଙ୍କାର ମାଲିକାଣୀ ଅଙ୍ଗନବାଡ଼ି ଦିଦିଙ୍କ ନାଁ ହେଉଛି କବିତା ମଥାନ।  ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସର ୬ଟି ଟିମ୍ ରେଡ୍ କରିଥିଲା। ତେବେ ଚଢାଉ ବେଳେ ୩ଟି କୋଠା ଓ ୧୦ଟି ଜମି ଥିବା ଜଣାପଡିଛି । 

ତାଙ୍କର ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ୪ମହଲା କୋଠା, ଗୋଟିଏ ୩ ମହଲା କୋଠା ଓ ଦୁଇଟି ଦୁଇ ମହଲା କୋଠା ରହିଥିବା ବେଳେ କବିତାଙ୍କ ନାଁରେ ୧୪ଟି ଜମି ବିଭିନ୍ନ ସ୍ଥାନରେ ରହିଛି । କେବଳ ଭୁବନେଶ୍ୱରରେ ରହିଛି ୧୦ଟି ପ୍ଲଟ୍। ଏଥିସହ ଜଗତସିଂହପୁରରୁ ୩ଟି ଏବଂ ବାଲିଅନ୍ତାରୁ ଗୋଟିଏ ପ୍ଲଟ୍ ଠାବ ହୋଇଛି।ସେହିପରି ଅଙ୍ଗନବାଡ଼ି ଦିଦିଙ୍କ ନାଁରେ ଗୋଟିଏ ୪ଚକିଆ ଗାଡି ଏବଂ ୩ଟି ଦୁଇ ଚକିଆ ଗାଡି ରହିଛି । ଏହାବ୍ୟତୀତ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ମଧ୍ୟ ରହିଛି । 

କବିତା ମଥାନଙ୍କ ନାଁରେ ଲଗାତାର ଭାବେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସୁଥିଲା । ଅନେକ ଦିନ ଧରି ସେ ଭିଜିଲାନ୍ସ ସ୍କାନରରେ ଥିଲେ । ତେବେ ଅଭିଯୋଗ ପାଇବା ପରେ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ପ୍ରମାଣ ପାଇ ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉ କରିଥିଲା । ଆଉ ଆଜି ତାଙ୍କୁ ଗିରଫ କରାଯାଇଛି ।

Related Posts