‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ପର ଠୁ ନିଜ ଉପରେ ଉଠୁଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଫାରୁକ ଅବଦୁଲ୍ଲା

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ରିଲିଜ ହେବା ଦିନଠୁ ଚର୍ଚ୍ଚାରେ ରହି ଆସୁଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ତେବେ ଏହି ଫିଲ୍ମଟି ରିଲିଜ୍ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ ଅତ୍ୟାଚାରର ଶିକାର ହୋଇଥିଲେ ଏବଂ କିଭଳି ତାଙ୍କ ନରସଂହାର କରାଯାଇଥିଲା ତାହା ଫିଲ୍ମରେ ଦେଖାଯାଇଛି।

ଏହି ଫିଲ୍ମ ରିଳିଜ ହେବା ପରଠାରୁ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଟାର୍ଗେଟ କରାଯାଇଛି। ପଶ୍ମୀର ପଣ୍ଡିତଙ୍କ ପଳାୟନ ପାଇଁ ତାଙ୍କୁ କରାଯାଉଛି ଦାୟୀ। ଏସବୁ ଭିତରେ ନିଜ ଉପରେ ଉପରେ ଉଠୁଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଛନ୍ତି ଫାରୁକ ଅବଦୁଲ୍ଲା। ୧୯୯୦ରେ କଶ୍ମୀରରେ ଯାହା ଘଟିଥିଲା ​​ତାହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ସେ ସମୟ ବହୁତ ଖରାପ ସମୟ ଥିଲା। ସେହି ସମୟରେ କଶ୍ମୀର ପଣ୍ଡିତମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ମୋର ହୃଦୟ ଏବେ ବି କାନ୍ଦୁଛି। କୌଣସି ଏଭଳି କଶ୍ମୀରବାସୀ ନାହାନ୍ତି ଯାହାଙ୍କ ପାଇଁ ସେ କାନ୍ଦିନାହାଁନ୍ତି ବୋଲି ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାର୍‌ରେ କହିଛନ୍ତି ଫାରୁକ ଅବଦୁଲ୍ଲା।

ସେ ଆହୁରି କହିଛନ୍ତି, ‘ସମସ୍ତେ ଚାହାଁନ୍ତି ଯେ କଶ୍ମୀର ପଣ୍ଡିତମାନେ ସେମାନଙ୍କ ଘରକୁ ଫେରନ୍ତୁ। ସେତେବେଳେ ଯାଇ କଶ୍ମୀର ସମ୍ପୂର୍ଣ୍ଣ ହେବ। ୧୯୯୦ରେ ଯାହା ଘଟିଲା ତାହା ଏକ ଷଡଯନ୍ତ୍ର ଥିଲା, ଏହି ଷଡଯନ୍ତ୍ର କିଏ କରିଥିଲା? ଏହାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବା ଉଚିତ। ତେବେ ଯାଇ ଏଥିରେ କିଏ ଜଡିତ ଅଛି ତାହା ଜଣାପଡିବ। କିନ୍ତୁ ମୁଁ ଏଥିପାଇଁ ଦାୟୀ ନୁହେଁ। ସେ ସମୟରେ ଦିଲ୍ଲୀରେ ଶାସନ କରୁଥିବା ସରକାର ଏଥିପାଇଁ ଦାୟୀ।

Related Posts