କଂଗ୍ରେସ ଦେଶକୁ ସମ୍ଭାଳି କି ରଖିଥିଲା କିନ୍ତୁ ବିଜେପି ଭାଙ୍ଗିବାକୁ ଚାହୁଁଛି: ମେହବୁବା ମୁଫତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତମାନଙ୍କୁ କରାଯାଇଥିବା ଅତ୍ୟାଚାର ଓ ହତ୍ୟାକୁ ନେଇ ଦ କାଶ୍ମୀର ଫିଲ୍ମ ନିର୍ମିତ ହୋଇଛି । ଏହି ଫିଲ୍ମଟି ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିବାରେ ଲାଗିଛି । ହେଲେ ଏହି ଫିଲ୍ମକୁ ନେଇ ରାଜନୀତି ମଧ୍ୟ ଜୋର ହେବାରେ ଲାଗିଛି । ଏପରିକି ଏହି ଫିଲ୍ମର ଲୋକପ୍ରିୟତାକୁ ଦେଖି କାଶ୍ମୀରର ନେତାମାନଙ୍କର ଚିନ୍ତା ବଢ଼ିବାର ଲାଗିଛି । ଏହା ମଧ୍ୟରେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିଜେପି ଉପରେ ଟାର୍ଗେଟ୍ କରିଥିବାର ଦେଖିବାକୁ ମିଳିଛି । ତେବେ ବିଜେପି କେବଳ ଦେଶକୁ ବିଭାଜିତ କରିବାକୁ ଚାହୁଁଛି। ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ମେହବୁବା ମୁଫତି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଯେବେ ପାକିସ୍ତାନ ଯାତ୍ରା କରିଥିଲେ, ସେହି ସମୟରେ ୭ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା। ମୋ ସଂପର୍କୀୟଙ୍କୁ ମଧ୍ୟ ଘାଟିରେ ମାରା ଯାଇଥିଲା। କଶ୍ମୀରରେ ପ୍ରତ୍ୟେକ ବର୍ଗଙ୍କୁ କଷ୍ଟ ଅତ୍ୟାଚାର ସହିବାକୁ ପଡିଛି ବୋଲି ମୁତଫି କହିଛନ୍ତି। ମୁଫତି ଏହି ସମୟରେ ସେନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ସୁରନକୋଟରେ ଗୋଟିଏ ଘରେ ୧୯ ଜଣଙ୍କୁ ମାରି ଦିଆଗଲା।

କେବେ ନା କେବେ ସଭିଙ୍କ ଦ୍ଵାରା ଭୁଲ୍ ହୋଇଯାଏ, ସେନାଙ୍କ ଦ୍ଵାରା ମଧ୍ୟ ହୋଇଯାଏ, ମାତ୍ର ଏହାର ଅର୍ଥ ନୁହେଁ ଯେ ସମସ୍ତ ସୈନିକ ଭୁଲ୍। ଆମେ ବହୁତ ଖରାପ ସମୟ ଦେଖିଛୁ। ତେଣୁ ରକ୍ତାକ୍ତ ସଂଘର୍ଷ ବନ୍ଦ ହେଉ ଆମେ ଚାହୁଁ। ବିଜେପି ଚାହୁଁଛି ପାକିସ୍ତାନ ସହ ଆମର ଲଢେଇ ହେଉ। ସର୍ବଦା ଜିନ୍ନାଙ୍କ କଥା କହୁଛନ୍ତି। ମାତ୍ର ଏବେ ତ ଏମାନେ ବାବର ଏବଂ ଔରଙ୍ଗଜେବଙ୍କ କଥା କହିଲେଣି। ଆପଣଙ୍କୁ ଦେଶକୁ ଦେବା ପାଇଁ ବିଜୁଳି ନାହିଁ, ଆଉ ଆପଣ ଔରଙ୍ଗଜେବ କଥା କହୁଛନ୍ତି। ଆଜିର ସରକାର ଭାରତ-ପାକିସ୍ତାନ, ହିନ୍ଦୁ-ମୁସଲିମ, ଦଳିତ-ବ୍ରାହ୍ମଣଙ୍କ ମଧ୍ୟରେ ଲଢେଇ କରିବାକୁ ଚାହାନ୍ତି ବୋଲି ମୁଫତି କହିଛନ୍ତି।

ଅନ୍ୟପଟେ ନିଜ ଭାଷଣରେ ମେହବୁବା କଂଗ୍ରେସକୁ ଖୁବ୍ ପ୍ରଶଂସା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ହୋଇପାରେ କଂଗ୍ରେସ ୫୦ ବର୍ଷ ପର୍ୟ୍ୟନ୍ତ ବହୁତ ଭୁଲ୍ କାମ କରିଛି, ମାତ୍ର ସେମାନେ ଦେଶକୁ ସମ୍ଭାଳି କି ରଖିଥିଲେ। ମାତ୍ର ଏହି ଲୋକ ଦେଶକୁ ଭାଙ୍ଗିବାକୁ ଚାହାନ୍ତି। ଜିନ୍ନା ତ ଗୋଟିଏ ପାକିସ୍ତାନ ନିର୍ମାଣ କରିଥିଲେ, ଏମାନେ ତ ଅନେକ ପାକିସ୍ତାନ କରିବାକୁ ଚାହାନ୍ତି ବୋଲି ମୁଫତି କହିଛନ୍ତି। ମୁଫତିଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ସେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି ।

Related Posts