ଶ୍ରୀଲଙ୍କାରେ ତୈଳ ସଙ୍କଟ; ହିଂସା ଆଶଙ୍କାରେ ପେଟ୍ରୋଲ ପମ୍ପଗୁଡ଼ିକରେ ସେନା ମୁତୟନ କରୁଛନ୍ତି ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ତୈଳ ସଙ୍କଟ । ପେଟ୍ରୋଲ ପମ୍ପମାନଙ୍କରେ ଲୋକଙ୍କୁ ଦିନ ଦିନ ଧାଡି ବାନ୍ଧୁଥିବାର ଦେଖାଯାଉଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ ଲୋକଙ୍କୁ ଇନ୍ଧନ ବିତରଣ ପରିଚାଳନା ଲାଗି ସରକାର ପେଟ୍ରୋଲ ପମ୍ପରେ ସେନା ମୁତୟନ କରିଛନ୍ତି। ବିନିମୟ ଲାଗି ବୈଦେଶିକ ମୁଦ୍ରାଭାବ ଏବେ ଦେଶକୁ ଗୁରୁତର ସଂକଟରେ ପକାଇଛି। ଦେଶ ଏବେ ଉଭୟ ଆର୍ଥିକ ଓ ସକ୍ତି ସଂକଟର ସମ୍ମୁଖୀନ ହୋଇଛି। ଦେଶରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିଛି। ଏଥିରେ ଲୋକେ ଏବେ ଦିନରେ ବାରମ୍ବାର ବିଦ୍ୟୁତ କାଟର ଶିକାର ମଧ୍ୟ ହେଉଛନ୍ତି। ସୈନିକଙ୍କୁ ସରକାରୀ ତୈଳ କମ୍ପାନୀ ସୋଲୋନ ପେଟ୍ରୋଲିୟମ କର୍ପୋରେସନ ପେଟ୍ରୋଲ ପମ୍ପମାନଙ୍କରେ ଲୋକଙ୍କୁ ନିୟନ୍ତ୍ରିତ କରୁଥିବାର ଦେଖାଯାଇଛି।

ପେଟ୍ରୋଲ ପମ୍ପମାନଙ୍କରେ ଏଥିପାଇଁ ସେନା ମୁତୟନ ହେଲେ ଯେପରି କୌଣସି ଅପ୍ରିୟ ଘଟଣା ନ ଘଟେ ବୋଲି ଶକ୍ତିମନ୍ତ୍ରୀ ଉଦୟ ଗାମିନୀ ପିଲା କହିଛନ୍ତି। କାରଣ ଲୋକେ ବାଣିଜ୍ୟ ବ୍ୟବସାୟ ଲାଗି ଜାରକିନରେ ପେଟ୍ରୋଲ ଡିଜେଲ ଭରି ନେଉଛନ୍ତି। ଏହା ଛଡା ଉପୁଜିଥିବା ପରିସ୍ଥିତିରେ ଯେପରି ତୈଳର କଳାବଜାରି ନ ହୁଏ ପମ୍ପରେ ଉପଲବ୍ଧ ପେଟ୍ରୋଲ ଓ ଡିଜେଲ ଧାଡିବାନ୍ଧିଥିବା ସବୁ ଲୋକଙ୍କୁ ଯେପରି ମିଳିପାରିବ ତାହା ସେନା ସୁନିଶ୍ଚିତ କରୁଛି। ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts