ଗାଡିରେ FASTag ନ ଥିଲେ କାଲିଠୁ ଦେବାକୁ ପଡିବ ଦୁଇ ଗୁଣା ଟୋଲ

ନ୍ୟାସନାଲ ହାଇୱେର ଟୋଲ ପ୍ଲାଜାରେ ଡିସେମ୍ୱର 1ରୁ ଫାସଟାଗକୁ ବାଧ୍ୟତାମୂଳକ କରାଯାଇଥିଲା । ପରେ ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାର ଏଥିରେ 15 ଦିନର ରିହାତି ପ୍ରଦାନ କରିଥିଲେ । ଏବେ ଡିସେମ୍ୱର 15 ତାରିଖ ପରେ ହାଇୱେରେ ଗାଡି ଚଲାଇବା ସମୟରେ ସଜାଗ କରିବାକୁ ପଡିବ, କାହିଁକି କୌଣସି ବାହାନ ଯଦି ବାନା ଫାସଗାଟରେ ଟୋଲ ପ୍ଲାଜା ଦେଇ ଯାଏ, ତେବେ ଦୁଇ ଗୁଣ ଟୋଲ ଦେବାକୁ ପଡିବ । ପରିବହନ ଏବଂ ରାଷ୍ଟ୍ରୀୟ ରାଜମାର୍ଗ ମନ୍ତ୍ରାଳୟ ନୋଟିସ ଜାରି କରି ସୂଚନା ଦେଇଛି ଯେ ଡିସେମ୍ୱର 15 ତାରିଖ ପରେ ଟୋଲ ପ୍ଲାଜା ଦେଇ ଯାଉଥିବା ଗାଡି ଗୁଡିକ ପାଇଁ ଫାସଟାଗ ବାଧ୍ୟତାମୂଳକ ।

ଫାସଟାଗକୁ ବାଧ୍ୟତାମୂଳକ କରିବା ପଛରେ ସରକାରଙ୍କ ଏକ ମହତ ଉଦେଶ୍ୟ ରହିଛି । କ’ଣ ଆପଣ ଜାଣିଛନ୍ତି ଯେ ଟୋଲ ପ୍ଲାଜାରେ ଟାଇମ ୱେଷ୍ଟ କାରଣରୁ ପ୍ରତି ବର୍ଷ ପ୍ରାୟ 12 ହଜାର କୋଟି ଟଙ୍କା ସମୟ ବର୍ବାଦ ହେଉଛି ? ଏପରିସ୍ଥିତିରେ ଫାସଟାଗର ବ୍ୟବହାର ପରେ ପ୍ରତିବର୍ଷ 12 ହଜାର କୋଟି ଟଙ୍କା ସଞ୍ଚୟ ହୋଇ ପାରିବ । ଡିସେମ୍ୱର 15 ପରେ ଫାସଟାଗ ଥିବା ଲେନରୁ ଯଦି ବିନା ଫାସଟାଗ ଥିବା ଗାଡି ଯାଏ ତେବେ ତାଙ୍କୁ ଦ୍ୱିଗୁଣିତ ଟୋଲ ଦେବାକୁ ପଡିବ । ଡିସେମ୍ୱର 15 ପର୍ଯ୍ୟନ୍ତ ଏନଏଚଏଆଇ ତରଫରୁ ଏହା ମାଗଣାରେ ବଣ୍ଟା ଯାଉଛି । ଫାସଟାଗକୁ ନଭେମ୍ୱର 21ରୁ ମାଗଣାରେ ଦିଆଯାଉଛି । ଏହା ପୂର୍ବରୁ ସିକ୍ୟୁରିଟି ବାବଦକୁ 150 ଟଙ୍କା ଦେବାକୁ ପଡୁଥିଲା ।

Related Posts