ଝିଅକୁ କପି ଯୋଗାଉଥିଲେ ବାପା: ପିଟିକି ନାକ ଫଟାଇଲା ପୋଲସ

(ସତ୍ୟପାଠ ବ୍ୟୁରୋ) କାମାକ୍ଷାନଗର: ଅଭିଭାବକଙ୍କର ବିହାରୀ ବୁଦ୍ଧି । ନିଜ ଝିଅଙ୍କୁ କପି ଯୋଗାଇ ମାଡ଼ ଖାଇଲେ ବାପା । ପୋଲିସ ମାଡ଼ରେ ବାପାଙ୍କ ନାକ ଫାଟିଥିବା ଅଭିଯୋ ପରେ ଏହାକୁ ଖଣ୍ଡନ କରିଛି ପୋଲିସ । କହିଛି, ମାଡ଼ ହୋଇନି ପରୀକ୍ଷାର୍ଥୀଙ୍କ ବାପା ପାଚେରି ଡେଇଁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ମୁହଁମାଡ଼ି ତଳେ ପଡ଼ିଯିବାରୁ ତାଙ୍କ ନାକ ଫାଟି ଯାଇଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗଡ଼ପଳାଶୁଣୀ ବାପୁଜୀ ବିଦ୍ୟା ପୀଠରେ ।

ପୂରା ଘଟଣା ଏମିତି। ଗଡ଼ପଳାଶୁଣୀ ବାପୁଜୀ ବିଦ୍ୟା ପୀଠ କେନ୍ଦ୍ରରେ ଝିଅ ଦେଉଥିଲେ ମ୍ୟାଟ୍ରିକ୍‌ ପରୀକ୍ଷା। ଆଉ ଝରକା ଦେଇ କପି ଯୋଗାଉଥିଲେ ବାପା ଡମ୍ୱରୁ ସାହୁ । ଏହା ଦେଖି ପୋଲିସ ତାଙ୍କୁ ମାରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ରୁ ଆସିଛି। ତେବେ ମାଡ଼ ମାରିବା ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି। ଡମ୍ୱରୁ ତରତର ହୋଇ ପାଚେରୀ ଡେଇଁ ଯାଉଥିବା ବେଳେ ମୁହଁମାଡି ତଳେ ପଡ଼ି ଯାଇଥିଲା। ଯେଉଁଥିପାଇଁ ତାଙ୍କ ନାକରେ କ୍ଷତ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ପାଚେରୀ ଡେଇଁ କପି ଯୋଗାଇବାକୁ ଡମ୍ୱରୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୁଁ ପାଚେରି ଉପରେ ବସିଥିବା ବେଳେ ପୋଲିସ ମୋତେ ଟାଣି ଆଣି ମାଡ଼ ମାରି ନାକ ଫଟାଇ ଦେଇଛି। ସେହିପରି ଅନ୍ୟ ଏକ ପରୀକ୍ଷା କେନ୍ଦ୍ରରେ କପି ଯୋଗାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ସେହିପରି ଅନ୍ୟ ଏକ ଘଟଣା ବିରିବୁଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି । ଏଠାରେ ପରୀକ୍ଷା ଚାଲିଥିବା ବେଳେ ଅଭିଭାବକମାନେ ପାଚେରି ଡେଇଁ ପିଲାମାନଙ୍କୁ କପି ଯୋଗାଉଥିଲେ। ଏହା ଦେଖି ପରୀକ୍ଷା କେନ୍ଦ୍ର ସୁରକ୍ଷା ଦାୟୀତ୍ୱ ଥିବା ପୋଲିସ ସେମାନଙ୍କୁ ଘଉଡାଇ ଦେଇଥିଲା। ଏହା ସତ୍ତ୍ୱେ ଅଭିଭାବକମାନେ କପି ଯୋଗାଉଥିଲେ। ପରେ କେତେକ ସ୍ଥାନୀୟ ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ଯାହାକୁ ନେଇ ପରୀକ୍ଷା କେନ୍ଦ୍ରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ମ୍ୟାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ସରକାର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହିତ ହଲ୍‌ ଭିତରକୁ କ୍ୟାମେରା ବା ମୋବାଇ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିକି କରୀକ୍ଷା କେନ୍ଦ୍ର ଭିତରକୁ ଅଭିଭାବକଙ୍କ ପ୍ରବେଶ ଉପରେ ମଧ୍ୟ ରୋକ ରହିଥିଲା। ଏହା ସତ୍ତ୍ୱେ ଅଭିଭାବକମାନେ ପାଚେରି ଡେଇଁ ଝରକାରେ କପି ଯୋଗାଉଥିଲେ। ଯାହାକୁ ନେଇ ଶିକ୍ଷାବିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Related Posts