
ରାଞ୍ଚି : ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି ଏକ ଅଘଟଣ । ଦୀପାବଳି ର ହସ ଖୁସିର ମାହୋଲ ରେ ଖାଦଗଦା ବସ୍ ଷ୍ଟାଣ୍ଡରେ ଥିବା ଏକ ବସ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି।
ଏହି ଅଗ୍ନିକାଣ୍ଡରେ ଚାଳକ ଓ ଅନ୍ୟ ଜଣଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଯୋଗ୍ୟ, ବସ୍ଟି ରାଞ୍ଚିରୁ ସିମଡେଗା ମାର୍ଗରେ ଯାଉଥିଲା। ବସ ଚାଳକ ଓ ଅନ୍ୟ ଜଣେ କର୍ମଚାରୀ ଗାଡିରେ ଦୀପ ଲଗାଇ ଶୋଇ ପଡିଥିବାରୁ ଏହି ଅଘଟଣ ଘଟିଛି। ନିଆଁ ଲାଗିମାତ୍ରେ ଉଭୟ ନିଆଁ ସଂସ୍ପର୍ଶରେ ଆସିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।