ଉତ୍ତରପ୍ରଦେଶରେ ମାଙ୍କ ମହାସପ୍ତମୀ ପୂଜାରେ ଆରତି ଚାଲିଥିବାବେଳେ ଅଗ୍ନିକାଣ୍ଡ: ଜଣେ ମୃତ, ୫୨ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭାଦୋହିସ୍ଥିତ ଏକ ଦୁର୍ଗାମଣ୍ଡପରେ ଅଘଟଣ ଘଟିଛି । ରବିବାର ମହାସପ୍ତମୀ ପୂଜା ପାଇ ଆରତି ଚାଲିଥିବାବେଳେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୨ଜଣ ଗୁରୁତର ହୋଇଥିବା ଅଧିକାରୀମାନଙ୍କ ସୂତ୍ରରୁ ଜଣାପଡିଛି। ଅଉରାଇ ଥାନା ଅଧୀନ ଏହି ପୂଜା ମଣ୍ଡପରେ ଏଭଳି ଅଘଟଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପ୍ରାୟ ରାତି ସାଢ଼େ ୯ଟା ହେବ। ମା’ ଆରତି ଚାଲିଥିଲା। ପ୍ରାୟ ୩୦୦ ‌ଲୋକ ଜମା ହୋଇ ଆତୀ ଦେଖୁଥିଲେ। ହେଲେ ହଠାତ୍‌ ମଣ୍ଡପଟି ଜଳିବାକୁ ଲାଗିଲା। ଲୋକେ ଏଣେତେଣେ ଦୌଡାଦୌଡି କରି ପଳାଇଥିବାବେଳେ ପ୍ରାୟ ୫୩ ଜଣ ଗୁରୁତର ହୋଇଥିଲେ। ସେଠାକାର ଅଧିକାରୀମାନେ ତତକ୍ଷଣାତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ସେଠାକାର ପ୍ରଶାସନିକ ଅଧିକାରୀମାନେ ଓ ଅଗ୍ନିଶମ ଅଧିକାରୀମାନେ ମିଳିତ ଭାବେ ଗୁରୁତରମାନଙ୍କୁ ଉଦ୍ଧାର କରିଥିଲେ।

୯ଜଣ ସାମାନ୍ୟ ଗୁରୁତରଙ୍କୁ ସ୍ଥାନୀୟ ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ବାକି ସମସ୍ତଙ୍କୁ ସାଂଘାତିକ ଅବସ୍ଥାରେ ବାରଣାସି ହାସପାତାଳରେ ଭର୍ତ୍ତି କରାଯାଇଛି। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତକଙ୍କ ନାମ ଜଣାପଡିନାହିଁ। ଜିଲ୍ଲା ମାଜିଷ୍ଟ୍ରେଟ ଗୌରାଙ୍ଗ ରଥି ଘଟଣାସ୍ଥଳରେ ପହଞ୍ଚି ଉଚ୍ଚ ଅଧିକାରୀମାନଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦେଇଛନ୍ତି। ତେବେ ସର୍ଟସର୍କିଟରୁ ନିଆଁ ଲାଗି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀମାନେ କହିଛନ୍ତି

Related Posts