ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ନିଜକୁ ଗାନ୍ଧୀଙ୍କ ଉତ୍ତରଦାୟାଦ କହିବା ସହଜ କିନ୍ତୁ ଗାନ୍ଧୀଙ୍କ ପ୍ରଦର୍ଶିତ ପଥରେ ଚାଲିବା କଷ୍ଟକର: ରାହୁଲ୍ ଗାନ୍ଧୀ

ବଦନାବଲୁ : କଂଗ୍ରେସ ନେତା ରାହୁଲ ଗାନ୍ଧି ଗାନ୍ଧୀ ଜୟନ୍ତୀରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ‌ଏହି ଅବସରରେ ସେ କହିଛନ୍ତି ଯେ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ନିଜକୁ ଗାନ୍ଧୀଙ୍କ ଉତ୍ତରଦାୟାଦ ବୋଲି କହିବା ସହଜ କିନ୍ତୁ ଗାନ୍ଧୀଙ୍କ ପ୍ରଦର୍ଶିତ ପଥରେ ଚାଲିବା କଷ୍ଟକର।

ରବିବାର ରାହୁଲ ଗାନ୍ଧି କର୍ଣ୍ଣାଟକର ଏକ ଖଦୀ ଗ୍ରାମୋଦ୍ୟୋଗ କେନ୍ଦ୍ରକୁ ଯାଇଥିଲେ, ଯାହାକୁ ୧୯୨୭ ମସିହାରେ ଗ‌ାନ୍ଧିଜୀ ପରିଦର୍ଶନ କରିଥିଲେ। ଏହି ଅବସରରେ ରାହୁଲ କହିଲେ ଯେ ଗାନ୍ଧୀଙ୍କୁ ହତ୍ୟା କରିଥିବା ଆଦର୍ଶ ଗତ ୮ ବର୍ଷ ହେଲା ଦେଶରେ ଅସମାନତା ଓ ବିଭାଜନ ସୃଷ୍ଟି କରୁଛି। ଭାରତ ଯୋଡ଼ୋ ଯାତ୍ରାର ୨୫ତମ ଦିବସରେ କଂଗ୍ରେସ ଗାନ୍ଧୀଙ୍କ ଅହିଂସା, ଏକତା, ସମାନତା ଓ ନ୍ୟାୟର ଅନୁସରଣ କରୁଛି। ଗାନ୍ଧୀ ବ୍ରିଟିଶଙ୍କୁ ତଡ଼ିବା ପାଇଁ ସଂଗ୍ରାମ କରିଥିବା ବେଳେ ଗାନ୍ଧୀଙ୍କୁ ହତ୍ୟା କରିଥିବା ଆଦର୍ଶକୁ ତଡ଼ିବା ପାଇଁ କଂଗ୍ରେସ ସଂଗ୍ରାମ କରୁଛି ବୋଲି ରାହୁଲ କହିଥିଲେ ।

Related Posts