ପ୍ରଥମେ ଦୀପିକା ଏବେ କରୀନା : ମହାପଞ୍ଚାୟତରେ “ଲଭ୍ ଜିହାଦ୍” କୁ ନେଇ ଧମକ ଦେଲେ କରୀଣୀ ସେନା ମୁଖ୍ୟ ତଥା ବିଜେପି ନେତା ସୁରଜ ପାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ହରିୟାଣା ବିଜେପି ମୁଖପାତ୍ର ତଥା କରଣି ସେନାର ସଭାପତି ସୁରଜ ପାଲ ଅମୁ ସବୁବେଳେ ନିଜର ବୟାନକୁ ନେଇ ସର୍ବଦା ବିବାଦ ଘେରରେ ରୁହନ୍ତି। ଏକ ବିଶେଷ ସମୁଦାୟ ବିରୋଧରେ ଦେଇଥିବା ଉତ୍ତେଜନାମୂଳକ ଭାଷଣ ପରେ ସେ ବିବାଦରେ। ସୁରଜ ପାଲ ଅମୁ ଜୁଲାଇ ୪ ମହାପଞ୍ଚାୟତରେ ଏକ ବିଶେଷ ସମାଜର ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ମହାପଞ୍ଚାୟତ ଲଭ ଜିହାଦ ଓ ଧର୍ମାନ୍ତରଣ ପ୍ରସଙ୍ଗରେ ଆୟୋଜିତ କରାଯାଇଥିଲା। ଏହି ଅବସରରେ ସୁରଜ ପାଲ ଅମୁ କହିଛନ୍ତି, ସେମାନେ ନିଶ କାଟନ୍ତି କିନ୍ତୁ ଆମେ ବେକ କାଟିବାକୁ ସକ୍ଷମ। ଗୁଡଗାଓଁର ପଟୌଦିରେ ଏଭଳି ଉତ୍ତେଜନା ମୂଳକ ଭାଷଣ ଦେବା ସହ ସେ ଅଭିନେତା ସୈଫ ଅଲି ଖାନ ଏବଂ ତାଙ୍କ ପରିବାରକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଅମୁଙ୍କୁ ଅଧିକାଂଶ ଲୋକ କରଣୀ ସେନାର ମୁଖ୍ୟ ଭାବରେ ଜାଣନ୍ତି। ସେ 2018 ରେ ପଦ୍ମାବତ ଫିଲ୍ମ ରିଲିଜ୍ କୁ ବିରୋଧ କରିବା ସହ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୁଣ୍ଡ କାଟିବାକୁ ଧମକ ଦେଇଥିଲେ।


ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଚଳଚ୍ଚିତ୍ର ବିରୋଧରେ ବିବାଦୀୟ ବୟାନ ଦେଇଥିବା 53 ବର୍ଷୀୟା ଅମୁ ବର୍ତ୍ତମାନ ନିଜକୁ ଜଣେ ଉତ୍ସର୍ଗୀକୃତ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀ ତଥା ଜଣେ “ହିନ୍ଦୁ ଚିନ୍ତକ” ବୋଲି କହିଥାନ୍ତି। ସେ ଗତ ସପ୍ତାହରେ ଗୁଡଗାଓଁର ପଟୌଦି ମହାପଞ୍ଚାୟତରେ ଲଭ ଜିହାଦ ଓ ଧର୍ମାନ୍ତରଣ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ୭୦୦ ଲୋକଙ୍କ ସମାବେଶରେ ଅମୁ ‘ଲଭ୍ ଜିହାଦ’ କାରଣରୁ ସୈଫଙ୍କୁ ବିବାହ କରିଥିବାରୁ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଧମକ ଦେଇଥିଲେ।
ଯଦି ଦେଶ ଭିତରେ ଇତିହାସ ରଚିବାକୁ ଚାହୁଁଛ ତେବେ ଇତିହାସ ହୁଅନ୍ତୁ ନାହିଁ। ନା ତୈମୁର ଜନ୍ମ ହେବ, ନା ଔରଙ୍ଗଜେବ, ବାବର, ହୁମାୟୁନ ଜନ୍ମ ନେବେ। ଆମେ ଶହେ କୋଟି ଏବଂ ସେମାନେ ୨୦ କୋଟି ବୋଲି ସୁରଜ ପାଲ୍ ଅମୁ ନିଜର ବିବାଦୀୟ ଭାଷଣରେ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯେଉଁମାନେ ତୈମୁରଙ୍କୁ ଜନ୍ମ ଦେଇଛନ୍ତି, ସେମାନେ ମଧ୍ୟ ପଟୌଦିର ଅଟନ୍ତି। ଆମେ ସମ୍ମାନ ଦେବୁ ଜାଣୁ … ଆମେ ତୈମୁରଙ୍କ ମା (କରୀନା) କୁ କହିବାକୁ ଚାହୁଁଛୁ ଯେ ଏହା ଯଥେଷ୍ଟ ଅଟେ। ”


ଅନ୍ୟ ଏକ ଭିଡିଓରେ ସେ ମୁସଲମାନମାନଙ୍କୁ ଭଡା ନଦେବା ବିରୁଦ୍ଧରେ ରେଲିଂ କରୁଥିବା ଶୁଣିବାକୁ ମିଳୁଛି। ସେ କହିଛନ୍ତି, ମୁସଲମାନ ମାନଙ୍କୁ ଭଡା ନଦେବା ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ନୁହେଁ,” ସେମାନଙ୍କୁ ବାହାରକୁ ଫିଙ୍ଗିଦେବା ପାଇଁ ସଂକଳ୍ପ ନେବା ପାଇଁ ସେ ଆହ୍ବାନ ଦେଇଥିଲେ।


ଅମୁଙ୍କ ଏହି ଉତ୍ତେଜନା ମୂଳକ ଭାଷଣ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଗୃହମନ୍ତ୍ରୀ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନେକ ଟ୍ୱିଟର ୟୁଜର ଦାବି କରି ଥିଲେ। କିନ୍ତୁ ଅମୁଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ସେ ବେଖାତିର୍ ଭାବେ କହିଥିଲେ ଯେ ଏହି ପୋଷ୍ଟଗୁଡିକୁ କେବଳ “ଟ୍ରୋଲ୍”। ଏଥିସହ ସେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ସହ ଘନିଷ୍ଠତା ଥିବା ନେଇ ଦାବି କରିଥିଲେ।


ଅମୁ କହିଛନ୍ତି ଯେ, “ ମୋର ଭୁପେନ୍ଦର ଯାଦବଙ୍କ ସହ ଭଲ ସମ୍ପର୍କ ରହିଛି। ସେ ପ୍ରକୃତରେ ଜଣେ ଭଲ ବ୍ୟକ୍ତି । ଯେତେବେଳେ ସେ ଯୁବା ମୋର୍ଚ୍ଚାର ଗୁରୁଗ୍ରାମ ୟୁନିଟ୍ ର ସଭାପତି ଥିଲେ, ମୁଁ ତାଙ୍କ ସହିତ ମହାମନ୍ତ୍ରୀ ଭାବରେ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲି। ଆମର ବନ୍ଧୁତା ଜାରି ରହିଛି ବୋଲି ଅମୁ କହିଛନ୍ତି। ରିପୋର୍ଟ ପ୍ରକାଶ ପାଇବା ସୁଦ୍ଧା ଭୂପେନ୍ଦର ଯାଦବଙ୍କ କୌଣସି ପ୍ରତିକ୍ରିୟା ମିଳି ନଥିଲା।

ମହାପଞ୍ଚାୟତରେ କ’ଣ ହେଲା ?

କିଛି ହିନ୍ଦୁ ‘ଚିନ୍ତକ’ ଏବଂ ପଟୌଦିରେ ଥିବା ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତାମାନେ ‘ହିନ୍ଦୁ ଧର୍ମ ରକ୍ଷା ମଞ୍ଚ’ ବ୍ୟାନର ତଳେ ଏକ ମହାପଞ୍ଚାୟତ ଆୟୋଜନ କରିଥିବା ବେଳେ ଅମୁଙ୍କ ବିବାଦୀୟ ବୟାନ ଯୋଗୁଁ ସେ ଚର୍ଚ୍ଚାକୁ ଆସିଥିଲେ।
ଅମୁ ଏହି ସଭାରେ କହିଥିଲେ ଯେ, “ଶର୍ମିଲା ଟାଗୋରଙ୍କ ସମୟରୁ‘ ଲଭ୍ ଜିହାଦ’ର ମଞ୍ଜି ପଟୌଦିରେ ବୁଣାଯାଇଥିଲା। ପଟୌଦିର ଲୋକମାନେ, ସେମାନଙ୍କୁ ସ୍ୱାଗତ କରିବା ବନ୍ଦ କର, ” ସେ ଆହୁରି ମଧ୍ୟ କହିଛନ୍ତି ଯେ ,” ସେମାନେ ନିଶ କାଟନ୍ତି କିନ୍ତୁ ଆମେ ବେକ କାଟିବାକୁ ସକ୍ଷମ।”


ଏହି କାର୍ଯ୍ୟକ୍ରମର ଅନ୍ୟତମ ଆୟୋଜକ ନରେନ୍ଦର ପହଡିଆ କହିଛନ୍ତି ଯେ ମୁସଲମାନମାନଙ୍କ ଉପରେ ନଜର ରଖିବା ପାଇଁ ଗ୍ରାମ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ କମିଟି ଗଠନ କରିବା ପାଇଁ ହିନ୍ଦୁମାନେ ଚିନ୍ତା କରିଛନ୍ତି। କିନ୍ତୁ ଏମାନେ କାହାର ଦୃଷ୍ଟି ଆକର୍ଷଣ କରୁନଥିଲେ।
“ଆମେ 25 ଜୁନ୍ ରେ ପ୍ରସ୍ତୁତି ଆରମ୍ଭ କଲୁ। ଭିଏଚପି ଏବଂ ମୋ ଭଳି ଅନ୍ୟ ହିନ୍ଦୁ ଚିନ୍ତକ ଅନେକ ହ୍ବାଟସ୍ ଆପ୍ ଗ୍ରୁପ୍ କରି ଥିଲୁ। ‘ବାଜାର ଜିହାଦ’, ‘ଲଭ୍ ଜିହାଦ’, ‘ଜମିନ ଜିହାଦ’ ଏବଂ ଧର୍ମ ପରିବର୍ତ୍ତନକୁ ପ୍ରତିହତ କରିବା ଆମର ଏଜେଣ୍ଡା ଥିଲା ବୋଲି ସେ କହିଛନ୍ତି।
ପରେ ମାନସର ଡେପୁଟି କମିଶନର ନ୍ୟୁଜ୍ ଏଜେନ୍ସି ANI କୁ ସ୍ପଷ୍ଟ କରି କହିଛନ୍ତି: “ଏହି ମହାପଞ୍ଚାୟତ ବିଷୟରେ ପୋଲିସ ଅବଗତ ଥିଲା ​​ଏବଂ ଉଭୟ ହିନ୍ଦୁ ଏବଂ ମୁସଲମାନ ଗୋଷ୍ଠୀ ସହ ଆତ୍ମବିଶ୍ୱାସ ବଢାଇଥିଲୁ। କୌଣସି ଅଘଟଣକୁ ଏଡାଇବା ପାଇଁ ମହାପଞ୍ଚାୟତ ଅନୁଷ୍ଠିତ ହେବା ଦିନ ପୋଲିସ ନିୟୋଜିତ କରାଯାଇଥିଲା। ଆମେ ସୋସିଆଲ ମିଡିଆ ଉପରେ ମଧ୍ୟ ନଜର ରଖିଥିଲୁ। ”

କିନ୍ତୁ ଅମୁ ହେଡଲାଇନ୍ ରେ ରହିବା ପାଇଁ ଏଭଳି ବୟାନ ଦେଉଥିବା ସେ କହିଛନ୍ତି।ଅମୁ କହିଛନ୍ତି “ମୁଁ ଏଥିରେ ଯୋଗ ଦେଇଥିବା ପ୍ରଥମ ମହାପଞ୍ଚାୟତ ନୁହେଁ ଏବଂ ଏହା ଶେଷ ମଧ୍ୟ ନାହିଁ। ଆଗାମୀ ଦିନରେ ଆମର ଅଧିକ ମହାପଞ୍ଚାୟତ ହେବ ।”

ସୁରଜ ପାଲ ଅମୁ କିଏ ?

ହରିୟାଣାର ସୋହାନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅମୁ କହିଛନ୍ତି ଯେ ସେ ଦଶ ବର୍ଷ ବୟସରେ ରାଷ୍ଟ୍ରିୟ ସ୍ବୟଂସେବାକ ସଂଗଠନ ଶାଖାକୁ ଯିବା ଆରମ୍ଭ କରିଥିଲେ। 1987 ମସିହାରେ ମହର୍ଷି ଦୟାନନ୍ଦ ବିଶ୍ବ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏବିଭିପିରେ ସାମିଲ୍ ହୋଇ ଥିଲେ। ଅମୁ ଦାବି କରିଛନ୍ତି ଯେ ସେ ଓ.ପି ଧନଖାଦଙ୍କ ସହ କାମ କରିଥିଲେ, ଯିଏକି ପରେ ଖଟ୍ଟର ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ଏବଂ 1990 ଦଶକ ଶେଷରେ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସହ କାମ କରିଥିଲେ।


ରାଜନୀତିରେ ତାଙ୍କର ଅସଫଳତା ବିଷୟରେ ପଚରାଯିବାରୁ ସେ କୁହନ୍ତି, “ମୁଁ ଚାପ୍ଲୋସି କରେ ନାହିଁ। ଯେଉଁମାନେ କରନ୍ତି, ସେମାନେ ରାଜନୀତିରେ ସଫଳ ହୁଅନ୍ତି। ” ତେବେ ଅମୁଙ୍କୁ 2013 ରେ ହରିୟାଣା ବିଜେପି ମୁଖପାତ୍ର କରାଯାଇଥିଲା। ସେ 2014 ରୁ 2019 ମଧ୍ୟରେ ରାଜ୍ୟ ୟୁନିଟର ମୁଖ୍ୟ ଗଣମାଧ୍ୟମ ସଂଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଅମୁଙ୍କ କହିବା ଅନୁଯାୟୀ, ସେ 2019 ରେ କରଣୀ ସେନାର ଜାତୀୟ ସଭାପତି ହୋଇଥିଲେ।


ଜାତି ଭିତ୍ତିକ ଗୋଷ୍ଠୀ 2006 ମସିହାରେ ଆରମ୍ଭ ହେବା ପରଠାରୁ ଅନେକ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ – ସେମାନଙ୍କ ମଧ୍ୟରେ ସୁଖଦେବ ସିଂ ଗୋଗାମେଡିଙ୍କ ନେତୃତ୍ୱରେ ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣୀ ସେନା ପ୍ରମୁଖ ଥିଲେ। ତେବେ ଅମୁ କହିଛନ୍ତି ଯେ ସେ ଜାତି ଭିତ୍ତିକ ସଂସ୍ଥାର ଧାରାରେ ବିଶ୍ବାସ କରୁନାହାଁନ୍ତି ତେଣୁ ସେ 2019 ରେ କରଣୀ ସେନାକୁ ଏକ ସାମାଜିକ ସଂଗଠନ ଭାବରେ ପଞ୍ଜୀକୃତ କରିଥିଲେ ଏବଂ ରାଜପୁତ ତାଙ୍କ ନାମରୁ ହଟାଇ ଦେଇଥିଲେ। ବର୍ତ୍ତମାନ, ତାଙ୍କ ସଂଗଠନରେ ସମସ୍ତ ଜାତିର ଲୋକ ଅଛନ୍ତି |

ବିବାଦ ପାଇଁ ଚର୍ଚ୍ଚାରେ !

2017 ର ଶେଷ ଭାଗରେ ଏବଂ 2018 ଆରମ୍ଭରେ , ସଞ୍ଜୟ ଲୀଲା ଭଂଶାଲୀଙ୍କ ପଦ୍ମାବତ ରିଲିଜ୍ ପୂର୍ବରୁ ରାଜସ୍ଥାନର ଅନ୍ୟ ରାଜ୍ୟରେ କରଣୀ ସେନାଙ୍କ ନେତୃତ୍ୱରେ ଏହି ଚଳଚ୍ଚିତ୍ରରେ ରାଜପୁତଙ୍କୁ ଅପମାନିତ ଚିତ୍ରଣ କରାଯାଇଥିଲା। ସପ୍ତାହେ ଧରି ଚାଲିଥିବା ଏହି ମେଳିରେ ଅମୁ ଚଳଚ୍ଚିତ୍ରରେ ରାନଳଣୀ ପଦ୍ମାବତୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦୀପିକା ପାଦୁକୋନଙ୍କ ମୁଣ୍ଡ କାଟିବା ପାଇଁ 10 କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରି ବିବାଦ ଘେରକୁ ଆସିଥିଲେ।


ଅମୁ କୁହନ୍ତି “ସତ କହିବାକୁ ଗଲେ ମୁଁ ରାଣୀ ପଦ୍ମାବତୀ ବିଷୟରେ ଅଧିକ ଜାଣି ନଥିଲି। କିନ୍ତୁ ମୁଁ କିଛି ବିରୋଧ ଦେଖିଲି ତେଣୁ ମୁଁ ତାଙ୍କ ବିଷୟରେ ଅଧିକ ପଢିବାକୁ ସ୍ଥିର କଲି । ମୁଁ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଏକ ଭିଡିଓ ଦେଖିଲି । ସେତେବେଳେ ମୋ ଭିତରେ ଥିବା ପ୍ରକୃତ ଠାକୁର କ୍ରୋଧିତ ହେଲା ଏବଂ ମୁଁ ବିଜେପି ପ୍ରବକ୍ତା (ମୁଖପାତ୍ର) ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲି ବୋଲି ସେ କୁହନ୍ତି। ଯେତେବେଳେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା ସେତେବେଳେ ସେ ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ, ଅଲଗା ହୋଇ ବେଶୀ ଦିନ ରହିପାରିଲେ ନାହିଁ ଏବଂ ସେ ଦଳର ମୁଖପାତ୍ର ଭାବେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିଲେ।


2018 ରେ ହୋଇଥିବା ବିକ୍ଷୋଭରେ ହିଂସାକାଣ୍ଡ ଅଭିଯୋଗରେ ଅମୁ କିଛି ଦିନ ଜେଲରେ ରହିଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗତ ବର୍ଷ ଦିଲ୍ଲୀ ପୋଲିସ ମଧ୍ୟ ଗିରଫ କରିଥିଲା। କରଣୀ ସେନା ମୁଖ୍ୟ 2018 ଇଭେଣ୍ଟ ବିଷୟରେ ଗର୍ବର ସହିତ କୁହନ୍ତି । “ବିବିସି ନ୍ୟୁଜ୍, ଅଲ ଜଜିରା ଏବଂ ନ୍ୟୁୟର୍କ ଟାଇମ୍ସ ମୋତେ ଡାକିଥିଲେ। ମୁଁ ପ୍ରତ୍ୟେକ ନ୍ୟାସନାଲ ଚ୍ୟାନେଲରେ ଆସିଲି ଏବଂ ବ୍ୟସ୍ତବହୁଳ ବ୍ୟକ୍ତି ଥିଲି ।

Related Posts