ପୁଣି ଭାଙ୍ଗିବ କି କଂଗ୍ରେସ? ମୋଦିଙ୍କ ସହ କଂଗ୍ରେସ ସାଂସଦ କେଟିଏସ ତୁଲସିଙ୍କ ଵୈଠକ କୁ ନେଇ ଚର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କେଟିଏସ୍ ତୁଲସୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ତେବେ ପିଏମଙ୍କ ସହ ତୁଲସୀଙ୍କର ଏହି ବୈଠକକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କେଟିଏସ୍ ତୁଳସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କର ସ୍ବର୍ଗତ ମାତାଙ୍କ ଦ୍ବାରା ଲିଖିତ ଗୁରୁ ଗୋବିନ୍ଦ ସିଂଙ୍କ ଏକ ପୁସ୍ତକ ପ୍ରଦାନ କରିଥିଲେ। କିନ୍ତୁ ଏହି ସାକ୍ଷାତକାରକୁ ନେଇ ଏବେ ରାଜନୈତିକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପିଏମ୍ ନରେନ୍ଦ୍ର ମୋଦୀଙ୍କ ସହ କଂଗ୍ରେସର ରାଜ୍ୟସଭା ସାଂସଦ କେଟିଏସ୍ ତୁଳସୀଙ୍କ ପରିବାର ସହ ଅନେକ ଫଟୋ ଉଠାଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ରହିଥିଲେ। ତେଣୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ଆଗାମୀ ଦିନରେ କେଟିଏସ୍ ତୁଳସୀ କଂଗ୍ରେସ ଛାଡି ବିଜେପିର ସାମିଲ୍ ହୋଇପାରନ୍ତି। ତେବେ ଏସବୁ କଳ୍ପନା ଜଳ୍ପନା ଉପରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ କେଟିଏସ୍ ତୁଲସିଙ୍କ ସହ ତାଙ୍କର ସାକ୍ଷାତକାର ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ‘ପ୍ରଖ୍ୟାତ ଓକିଲ କେଟିଏସ୍ ତୁଲସୀ ଜୀଙ୍କ ସ୍ୱର୍ଗତ ମାତା ବାଲଜିତ କୌର ତୁଲସୀଙ୍କ ଦ୍ୱାରା ଲିଖିତ’ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀ ରାମାୟଣ ‘ପୁସ୍ତକର ପ୍ରଥମ କପି ଗ୍ରହଣ କରିଛି। ଏହି ପୁସ୍ତକ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ଦ୍ୱାରା ପ୍ରକାଶିତ ହୋଇଛି। ଏହା ବ୍ୟତୀତ ସେ ଆଉ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ରାଜ୍ୟ ସାଂସଦ ସୋନାଲ ମନ ସିଂଙ୍କ ସହ ଦେଖିବାକୁ ମିଳିଛି। ଇନ୍ଦିରା ଗାନ୍ଧୀ କଳା କେନ୍ଦ୍ରର ଟ୍ରଷ୍ଟର ଜଣେ ସଦସ୍ୟ ହେଉଛନ୍ତି ସୋନାଲ ମାନସିଂହ ।

ତେବେ ଏ ସମ୍ପର୍କରେ କେଟିଏସ୍ ତୁଲସୀ କହିଛନ୍ତି ଯେ ,” ପିଏମ ମୋଦୀ ବୋଧହୁଏ ଭାବିଛନ୍ତି ମୁଁ ତାଙ୍କୁ ପ୍ରଥମ କପି ଦେଉଛି, କିନ୍ତୁ ଏହା ନାହିଁ। ମୁଁ ଦୁଇ ମାସ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ପୁସ୍ତକର ପ୍ରଥମ କପି ପ୍ରଦାନ କରିଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘନିଷ୍ଠତା ବୃଦ୍ଧି ପ୍ରସଙ୍ଗରେ କେଟିଏସ୍ ତୁଳସୀ କହିଛନ୍ତି ଯେ ସେମିତି କିଛି ନୁହେଁ। ତୁଲସୀ କହିଛନ୍ତି ଯେ ପୁସ୍ତକର ପ୍ରକାଶକ ଚାହୁଁଥିଲେ ଯେ ମୁଁ ଏହାର ଏକ କପି ପିଏମ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରେ। ସେ କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂଙ୍କ ୩୦୦ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଏହି ୨୦୦୮ ମସିହାରେ ପୁସ୍ତକଟି ଉନ୍ମୋଚନ ହୋଇଥିଲା।

Related Posts