
ନୂଆଦିଲ୍ଲୀ : ଗୋଟିଏ ପରିବାରର ୫ଜଣଙ୍କୁ ନିର୍ମମ ହତ୍ୟା | ଦୁର୍ବୁତ୍ତ ମାନେ ଅତି ନୃସଂଶ ଭାବେ ପଥରରେ ଛେଚି ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରିଛି | ସେଥିରେ ତାଙ୍କ ମନ ଶାନ୍ତି ହୋଇନି ଯେ ଘରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି | ଉତ୍ତରପ୍ରଦେଶ ପ୍ରୟାଗରାଜ ଖେରାଜପୁର ଇଲକାରେ ଘଟିଛି ଏହି ଛାତିଥରା ଘଟଣା ।
ସୂଚନା ମୁତାବକ, ପ୍ରଦୀପ କୁମାର ଯାଦବ ନାମକ ବ୍ୟକ୍ତି ନିଜ ଭାଇ , ଭାଉଜଙ୍କ ମୃତ୍ୟୁ ଖବର ପୋଲିସକୁ ଦେବା ପରେ ପୋଲିସ ଫରେନ୍ସିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ ସହ ଆସି ପହଞ୍ଚିଥିଲା । ଏହାପରେ ଘରେ ଲାଗିଥିବା ନିଆଁକୁ ଲିଭାଯିବା ପରେ ମୃତଦେହକୁ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
କହରଖୁଁ କି, କିଛି ଦିନ ତଳେ ଏହି ଖେବରାଜପୁରରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଥିଲା । ସେମାନଙ୍କୁ ମଧ୍ୟ ହତ୍ୟା କରାଯିବା ପରେ ତାଙ୍କ ଘରେ ନିଆଁ ଲଗାଇଦିଆଯାଇଥିଲା । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ପୋଲିସ ଆଖିରୁ ନିଦ ହଜିଯାଇଛି । ପୋଲିସ ପ୍ରଶାସନର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି |