୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ସେବା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ରାଜଧାନୀ ଭୁବନେଶ୍ୱରରେ ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରହିଥିବା ବେଳେ ପୁରୀରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ । ସବୁ ଠିକ ଠାକ ରହିଲେ ୨୦୨୨-୨୩ ସୁଦ୍ଧା ଉଡିବା ସମ୍ଭାବନା ରହିଛି। ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କରୋନା କଟକଣା ଯୋଗୁଁ ବର୍ତ୍ତମାନ କରୋନା ବିମାନ ବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନେଇ ଏଏଆଇ ତିନିଜଣିଆ ବୈଷୟିକ କମିଟି ଦ୍ୱାରା ସର୍ଭେ କରାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ରାଉରକେଲା, ଉତକେଲା, ଜୟପୁର, ରଙ୍ଗେଇଲୁଣ୍ଡାରୁ ଉଡାଣ ପାଇଁ ସହଯୋଗ କରୁଛୁ । ଏହାସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଥିବା ନେଇ ମନ୍ତ୍ରୀ କହିଛନ୍ତି । ଏହା ଫଳରେ ପୁରୀର ପର୍ଯ୍ୟଟନ ଶିଳ୍ପ, ଅର୍ଥନୈତିକ ବ୍ୟବସ୍ଥା ଓ ବେକାରୀ ସମସ୍ୟାରେ ସୁଧାର ଆସିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର ହୋଇପାରିବ । ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରୁ ପୁରୀ ଧାମକୁ ବିଦେଶରୁ ଲୋକେ ଆସୁଛନ୍ତି । ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀ କୋଣାର୍କ ପୁରୀରୁ ମାତ୍ର ୩୫ କି.ମି. ଦୂରରେ ରହିଛି । ସାଂସ୍କୃତିକ, ଆର୍ଥିକ, ପର୍ଯ୍ୟଟନ ହବ୍ ହେବା ପାଇଁ ପୁରୀରେ ଅପୂର୍ବ ସୁଯୋଗ ରହିଛି।

Related Posts