ନିର୍ମଳାଙ୍କ ନାରା : ‘ନାରୀରୁ ନାରାୟଣୀ’

ବଜେଟ ହାଇଲାଇଟ୍ସ :

ମହିଳା ସଶକ୍ତିକରଣ ଜରୁରୀ । କାରଣ ଗୋଟିଏ ଡେଣାରେ ଚଢ଼େଇ ଉଡିପାରେ ନାହିଁ ।
ମହିଳାଙ୍କ ସ୍ଥିତି ପରିବର୍ତ୍ତନ ନହେଲେ ଦେଶର ବିକାଶ ସମ୍ଭବ ନୁହେଁ ।
ସରକାରର ନାରା ‘ନାରୀ ରୁ ନାରାୟଣୀ’ ।
ଜନଧନ ଆକାଉଣ୍ଟ ଥିବା ଏସଏଚଜିର ପ୍ରତ୍ୟେକ ମହିଳାଙ୍କୁ ୫ହଜାର ଟଙ୍କାର ଓଭରଡ୍ରାଫ୍ଟ ।
ଏସଏଚଜିର ମହିଳାଙ୍କୁ ୧ଲକ୍ଷ ଟଙ୍କା ଯାଏଁ ଋଣ ମିଳିପାରିବ ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୧୦ନିୟୁତ ଯୁବକଙ୍କୁ ତାଲିମ ଦିଆଯିବ ।
ଭାରତୀୟ ପାସପୋର୍ଟ ଥିବା ଏନଆରଆଇଙ୍କୁ ମିଳିବ ଆଧାରକାର୍ଡ ।
ଚଳିତବର୍ଷ ଆଉ ଚାରିଟି ନୂଆ ଦୂତାବାସ ଖୋଲିବା ଲକ୍ଷ୍ୟ ।
୬ଟି ସରକାରୀ ବ୍ୟାଙ୍କ ଋଣମୁକ୍ତ ହୋଇଛି ।
ସରକାରୀ ବ୍ୟାଙ୍କକୁ ୭୦ହଜାର କୋଟି ଅଧିକ ମିଳିବ ।

https://www.facebook.com/Satyapatha.in/videos/1549830405153363/

ହାଉସିଂ ଫାଇନାନ୍ସ ଏବେ ଆରବିଆଇର ନିୟନ୍ତ୍ରଣରେ ରହିଛି ।
ଭାରତର ଋଣ ଜିଡିପିର ପାଂଚ ପ୍ରତିଶତରୁ ବି କମ୍ ।
ପାରମ୍ପାରିକ ବାଉଁଶ , ମହୁ ଓ ଖଦି ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ ।
ଆଦିବାସୀ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ।
୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନସନ ମିଳିବ ।
ବାର୍ଷିକ ଦେଢ଼ କୋଟିରୁ କମ୍ କାରବାର କରୁଥିବା ଦୋକାନୀଙ୍କୁ ପେନସନ ମିଳିବ । ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନସନ ମିଳିବ ।

Related Posts