ଫୁଡ ଡେଲିଭରୀ କମ୍ପାନୀ ସ୍ୱିଗି ପାଖାପାଖି ୨୫୦ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ଛଟେଇ କରିବ !

ନୂଆଦିଲ୍ଲୀ : କିଛି ଦିନ ଦେଶର ଅନେକ କମ୍ପାନୀ କର୍ମଚାରୀ ଛଟେଇ କରୁଥିବା ବେଳେ, ଏବେ ଜୋମାଟୋ ପରେ ଅନ୍ୟ ଏକ ଫୁଡ ଡେଲିଭରୀ କମ୍ପାନୀ ସ୍ୱିଗି ଏଥିରେ ସାମିଲ୍ ହୋଇଛି । ସ୍ୱିଗି ପାଖାପାଖି ୨୫୦ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ବାହାରକୁ ରାସ୍ତା ଦେଖାଇ ପାରନ୍ତି। ଯଦି ଏପରି କିଛି ହୁଏ ତେବେ ସ୍ୱିଗିର ମୋଟ କର୍ମଚାରୀଙ୍କ ୩ରୁ ୫ପ୍ରତିଶତ ଛଟେଇ ହୋଇ ପାରନ୍ତି ବୋଲି କୁହାଯାଉଛି। ଏ ବାବଦେ ମିଳୁଥିବା ରିପୋର୍ଟରୁ ଛଟେଇର ଆକାର ବଢି ପାରେ ବୋଲି କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ସପ୍ଲାଇ ଚେନ୍, ଅପରେସନ, କଷ୍ଟମର ସର୍ଭିସ୍ ଓ ଟେକ୍ନୋଲଜି ଭୂମିକାରେ ଥିବା ଲୋକେ ଛଟେଇର ଶିକାର ହୋଇପାରନ୍ତି। ତେବେ ସ୍ୱିଗି ଇ-ମେଲ ରେସପନ୍ସରେ ଏପର୍ଯ୍ୟନ୍ତ ଏପରି କୌଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି। ହେଲେ ଭବିଷ୍ୟତରେ ଅଥବା ଚଳିତମାସରେ ଛଟେଇକୁ ଅସ୍ୱୀକାର କରାଯାଇପାରିବନି ବୋଲି କୁହାଯାଇଛି। ସ୍ୱିଗି କହିଛନ୍ତି ଯେ ଆମେ ଆମର ପରଫର୍ମାନ୍ସ ସାଇକ୍ଲ ଅକ୍ଟୋବରରେ ସମାପ୍ତ କରିଛୁ ଓ ସବୁ ସ୍ତରରେ ରେଟିଂ ଓ ପ୍ରମୋସନ ମଧ୍ୟ କରିଛୁ। ଏଣୁ କମ୍ପାନୀ ପ୍ରତି ସାଇକଲରେ ପ୍ରଦର୍ଶନ ଆଧାରରେ ଲୋକଙ୍କୁ ଛଟେଇ କରିପାରେ ବୋଲି କହିଛନ୍ତି।

ପାଣ୍ଠି ଅଭାବ ଓ ନିବେଶକଙ୍କ ଦ୍ୱାରା ଲାଭ ଅର୍ଜନକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଏପରି ଟେକ୍ କମ୍ପାନୀମାନେ ଏବେ ନିୟମିତ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ତେବେ ସ୍ୱିଗି ଏବେ କମ୍ପାନୀର ରିଷ୍ଟକ୍ଚରିଂ କରୁଛି। ବ୍ରୋକରେଜ ଫାର୍ମ ଜେଫ୍ଫରିଜ ଅନୁସାରେ ଗତ ଜାନୁୟାରୀରୁ ଜୁନ ମାସ ମଧ୍ୟରେ ସ୍ୱିଗିର ୩୧୫ ମିଲିୟନ ଡଲାର କ୍ଷତି ହୋଇଛି। ଯାହା ଭାରତରେ ତାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଜୋମାଟୋର ୫୦ ମିଲିୟନ ଡାଲରଠାରୁ ମଧ୍ୟ ବହୁତ ଅଧିକ।

ଏହା ପୂର୍ବରୁ ଜୋମାଟୋରେ ଛଟେଇ ହୋଇଥିଲା। ଗତମାସରେ ଜୋମାଟୋ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହି କର୍ମଚାରୀମାନେ କମ୍ପାନୀର ଅଲଗା ଅଲଗା ଡିପାର୍ଟମେଣ୍ଟ ଯେପରିକି ପ୍ରଡକ୍ଟ, ଟେକ୍, କ୍ୟାଟଲଗ ଓ ମାର୍କେଟିଂ ସହିତ ଜଡିତ ଥିଲେ। ଜୋମାଟୋ ତାର ମୋଟ କର୍ମଚାରୀ ସଂଖ୍ୟାର ୪ ପ୍ରତିଶତ ଲୋକଙ୍କୁ ଚାକିରୀରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି

Related Posts