୧୪ ଶହ କୋଟି ପାଇଁ ଆମାଜନ ଆମକୁ ୨୬ ହଜାର କୋଟି ଟଙ୍କାର କମ୍ପାନୀକୁ ନଷ୍ଟ କରିଦେଲା: ଫ୍ୟୁଚର ରିଟେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫ୍ୟୁଚର ରିଟେଲ ଏବଂ ଆମାଜନ ମଧ୍ୟରେ ବିବାଦ ଏକ ନୂଆ ମୋଡ଼ ନେଇଛି । ସୁପ୍ରିମକୋର୍ଟରେ ଫ୍ୟୁଚର ରିଟେଲ ଆମାଜନ ସହ ଲାଗିରହିଥିବା ବିବାଦକୁ ନେଇ କହିଛି ଯେ ଆମାଜନ ଆମକୁ ନଷ୍ଟ କରିବାକୁ ଚାହୁଁଛି ଏବଂ ଏହା ଏଥିରେ ସଫଳ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫ୍ୟୁଚର ରିଟେଲର ବିକ୍ରୟକୁ ନେଇ ଆମାଜନ ଏବଂ ଫ୍ୟୁଚର ଗ୍ରୁପ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଏହି ବିବାଦର ସମାଧାନ ପାଇଁ ଆମାଜନ ଏବଂ ଫ୍ୟୁଚର ରିଟେଲ ମଧ୍ୟରେ କୋର୍ଟ ବାହାରେ ବୁଝାମଣା ହୋଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ସେପଟେ କୋର୍ଟର ଶୁଣାଣି ସମୟରେ ଫ୍ୟୁଚର ଆମାଜନ ଉପରେ ଏକ ବଡ ଅଭିଯୋଗ ଆଣିଛି ଯେ ୧୪୦୦ କୋଟି କାରବାର ପାଇଁ ଆମାଜନ ୨୬,୦୦୦ କୋଟିର କମ୍ପାନୀକୁ ନଷ୍ଟ କରିଦେଇଛି। ଆମାଜନ ଯାହା ଚାହୁଁଛି ତାହା କରିବାରେ ସଫଳ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ “ଆମକୁ କେବଳ ସୂତା ପରି ଟଙ୍ଗାଯାଉଛି।

ଆଜି ଆମ ସହ ବ୍ୟବସାୟ କରିବାକୁ କେହି ଚାହୁଁ ନାହାଁନ୍ତି ବୋଲି ସେ କହିଛନ୍ତି। ରିଲାଏନ୍ସ ଦ୍ୱାରା ଷ୍ଟୋରଗୁଡିକ ଅଧିଗ୍ରହଣ ଉପରେ ସେ କହିଛନ୍ତି ଯେ, ଯେତେବେଳେ ଜମି ମାଲିକ ଆମକୁ ଭଡା ନଦେବା ପାଇଁ ଖାଲି କରିବାକୁ କହିଲେ ଆମେ କ’ଣ କରିପାରିବା? ଫେବୃଆରୀ ଶେଷ ସପ୍ତାହରେ, ଲିଜ୍ ଭଡା ନଦେବା କାରଣରୁ ରିଲାଏନ୍ସ ଫ୍ୟୁଚର ଗ୍ରୁପର ଖୁଚୁରା ଷ୍ଟୋକ ଗୁଡିକ ଗ୍ରହଣ କରିବା ଆରମ୍ଭ କଲା । କିଶୋର ବିୟାନୀଙ୍କ ନେତୃତ୍ୱରେ ଏହି ଗ୍ରୁପରେ ପ୍ରାୟ ୪୮୦୦ କୋଟି ଟଙ୍କାର ଭଡା ବାକି ଅଛି ବୋଲି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର ଧରିଛି ।

Related Posts