ପୂର୍ବରୁ ଦରଦାମ ବୃଦ୍ଧି ହେଲେ ମୋଦି କ୍ରୋଧିତ ହୋଇଯାଉଥିଲେ ହେଲେ ବର୍ତ୍ତମାନ ପାଟିରୁ ମ’ ବୋଲି ବାହାରୁନି: ଶ୍ରୀନିବାସ ବିବି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଦିନକୁ ଦିନ ତୈଳ ଦର ବଢ଼ିବାରେ ଲାଗିଛି । ଏନେଇ ସାଧାରଣ ଜନତାଙ୍କ ଠାରୁ ବିରୋଧୀ ଦଳର ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ଥିବାର ଦେଖିବାକୁ ମିଳିଛି । ସେପଟେ ଦରଦାମ ବୃଦ୍ଧିକୁ ନେଇ ବିରୋଧୀ କଂଗ୍ରେସ ଦଳ ବାରମ୍ବାର କେନ୍ଦ୍ରକୁ ଟାର୍ଗେଟ କରିଆସୁଛି । ଏହା ମଧ୍ୟରେ ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିବି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ବୟାନକୁ ନେଇ ସମାଲୋଚନା କରିଛନ୍ତି । ତେବେ ଯେତେବେଳେ ମୋଦୀ ଗୁଜୁରାଟର ସିଏମ ଥିଲେ ସେତେବେଳେ ଦରଦାମ ବଢ଼ିଲେ ମୋଦି ରାଗିଯାଉଥିଲେ । ହେଲେ ବର୍ତ୍ତମାନ ହୁ ହୁ ହୋଇ ଦରଦାମ ବଢ଼ିବାରେ ଲାଗିଛି ତଥାପି ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ‘ମ’ ବୋଲି ବାହାରୁ ନାହିଁ । ଯଦି ମୁଁ କୁହେ ହିନ୍ଦୁସ୍ତାନରେ ଦୁଇଟି ଭାରତ ବାସ କରେ ତାହାଲେ କେହି ଆଶ୍ଚର୍ୟ୍ୟ ହେବେ ନାହିଁ। ଏକ ଭାରତ ହେଉଛି ଯେଉଁଥିରେ ପେଟ୍ରୋଲର ମୂଲ୍ୟ, ନା ଡିଜେଲର ମୂଲ୍ୟ, କିମ୍ବା ଏଲପିଜି ନିର୍ବାଚନ ହେତୁ ୧୩୭ ଦିନ ବୃଦ୍ଧି ପାଇଲା ନାହିଁ। ଦ୍ୱିତୀୟଟି ହେଉଛି ଭାରତ ଯେଉଁଥିରେ ନିର୍ବାଚନ ପରେ ପ୍ରତିଦିନ ଗ୍ୟାସ-ଡିଜେଲ-ପେଟ୍ରୋଲ ଦର ବୃଦ୍ଧି ପାଉଛି ବୋଲି କହିଛନ୍ତି ।

ଏହା ସହ ଗୋଟିଏ ଭାରତ ହେଉଛି ଯେଉଁଥିରେ ଗୁଜୁରାଟର ସିଏମ ଥିବାବେଳେ ମୂଲ୍ୟ ବଢ଼ୁଥିବାବେଳେ ମୋଦୀ ଜି କ୍ରୋଧିତ ହେଉଥିଲେ, ଦ୍ୱିତୀୟ ଭାରତ ହେଉଛି ଯେତେବେଳେ ମୂଲ୍ୟ ବଢ଼ିଲେ ମଧ୍ୟ ମୁହଁରୁ କଥା ବାହାରି ନଥାଏ ବୋଲି ଯୁବ କଂଗ୍ରେସ ନେତା ଶ୍ରୀନିବାସ ବିବି କହିଛନ୍ତି । ଶ୍ରୀନିବାସଙ୍କ ସମେତ ସମସ୍ତ କଂଗ୍ରେସ ନେତା ଦରଦାମ ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କ ଉପରେ ଆକ୍ରମଣକାରୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। କଂଗ୍ରେସ ନେତା ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ ମନମୋହନ ସିଂ ସରକାର ସମୟରେ ଅଭିନୟ କରୁଥିବା ସ୍ମୃତି ଇରାନୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ସିଲିଣ୍ଡର ସହିତ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts