ଦେଶରେ ପ୍ରଥମ ଥର ପାଇଁ ଗ୍ରୀଷ୍ମ ଛୁଟି ସମୟରେ ପଶ୍ଚିମବଙ୍ଗ ସରକାର ମଧ୍ୟାହ୍ନ ଭୋଜନ ରାସନ୍ ପିଲାଙ୍କ ଅଭିଭାବକଙ୍କୁ ଦେବେ

ପଶ୍ଚିମବଙ୍ଗ : ଛୁଟିଦିନରେ ପିତାମାତାଙ୍କୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ କରାଯିବ | ଏନେଇ ସମସ୍ତ ବିଦ୍ୟାଳୟ ମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି |

ଏହା ପ୍ରଥମ ଥର ହେବ ଗ୍ରୀଷ୍ମ ଛୁଟି ସମୟରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଏକ ବିଦ୍ୟାଳୟ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଏହାପୂର୍ବରୁ ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଏହିପରି ସାମଗ୍ରୀ ଯୋଗାଇ ଦିଆଯାଉଥିଲା।

ପଶ୍ଚିମବଙ୍ଗ ସରକାର ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବାକୁ ରାଜ୍ୟ ପରିଚାଳିତ ବିଦ୍ୟାଳୟଗୁଡ଼ିକୁ କହିଛନ୍ତି।

ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ହିତାଧିକାରୀ ଛାତ୍ରମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟେକ ଛାତ୍ର 2 କିଲୋଗ୍ରାମ ଚାଉଳ, 2 କିଲୋଗ୍ରାମ ଆଳୁ, 250 ଗ୍ରାମ ଚିନି, 250 ଗ୍ରାମ ଡାଲି ଏବଂ ଗୋଟିଏ ଖଣ୍ଡ ସାବୁନ୍ ପାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Related Posts