ଯୁଦ୍ଧ ମଧ୍ୟରେ ପ୍ରଥମଥର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକାର ବିଦେଶୀ ସଚିବ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୨ମାସ ପୁରିଛି | ମାତ୍ର ଯୁଦ୍ଧ ଥମିବାର ନାଁ ଧରୁନି | ଅନେକ ଆର୍ଥିକ କଟକଣାର ସମ୍ମୁଖୀନ ହୋଇଥିଲୋ ମଧ୍ୟ ଋଷ ୟୁକ୍ରେନର ୫୦ରୁ ଅଧିକ ଅଞ୍ଚଳରେ ଆକ୍ରମଣ ଜାରି ରଖିଛି । ତେବେ ଏହାରି ମଧ୍ୟରେ ପ୍ରଥମ ଥର ଆମେରିକାର ବିଦେଶୀ ସଚିବ ଓ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସିଙ୍କୁ ଭେଟିଛନ୍ତି ।

ରବିବାର ଆମେରିକା ବିଦେଶୀ ସଚିବ ଓ ଆମେରିକାର ଏକ ପ୍ରତିନିଧି ଦଳ ୟୁକ୍ରେନର ରାଷ୍ଟ୍ରପତି ଜେଲେନକ୍ସିଙ୍କୁ ଭେଟିଛନ୍ତି । ଆମେରିକାର ବେଦେଶୀ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନଙ୍କ ସହ ସାକ୍ଷାତ ହୋଇଛି । ଏନେଇ ୟୁକ୍ରେନ ଏକ ସରକାରୀ ସୁତ୍ରରୁ ପ୍ରକାଶ କରାଯାଇଛି । ବର୍ତ୍ତମାନ ଋଷ ଏବେ ଆମେରିକା ଓ ନାଟୋ ରାଷ୍ଟ୍ରମାନେ ୟୁକ୍ରେନକୁ ଯୋଗାଇ ଦେଇଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟ କରୁଛି । ଏଭଳି ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରି ଋଷ ଗତରାତିରେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ କରିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ମାସର ଶିଶୁ ରହିଥିବା ସୂଚନା ରହିଛି । ଯାହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ।ଜେଲେନକ୍ସି ପଡୋଶୀ ରାଷ୍ଟ୍ରକୁ କହିଛନ୍ତି ଯେ, ଆପଣ ଖାଲି ହାତରେ ଆମ ପାଖକୁ ଆସିପାରିବେ ନାହିଁ ଏବଂ ଆମେ କେବଳ ଉପହାର କିମ୍ବା କିଛି ପ୍ରକାରର ମିଠା ଆଶା କରୁନାହୁଁ, ଆମେ କେବଳ ଆପଣଙ୍କ ଠାରୁ ଅସ୍ତ୍ରଶସ୍ତ୍ରର ଆଶା କରୁଛୁ ।

କିଭର ପ୍ରାଚୀନ ସେଣ୍ଟ ସୋଫିଆ କ୍ୟାଥେଡ୍ରାଲରୁ ଜେଲେନସ୍କି କହିଛନ୍ତି ଯେ, ପ୍ରାୟ ଦୁଇମାସ ଯୁଦ୍ଧରେ ଆବଦ୍ଧ ହୋଇଥିବା ଦେଶ ପାଇଁ ଏହାର ମହତ୍ତ୍ୱକୁ ଆଲୋକିତ କରିଥିଲେ । ୟୁକ୍ରେନକୁ ଅଧିକ ସହାୟତା ଯୋଗାଇଦେବା ଏବଂ ପରବର୍ତ୍ତି ରଣନୀତି ପ୍ରସ୍ତୁତ କରିବା ପାଇଁ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ ଖୁବଶିଘ୍ର କିଭ ଗସ୍ତରେ ଆସୁଛନ୍ତି ।ଇଭାନିଭ୍କାର ଉତ୍ତର ଗାଁରେ ଋଷର ଟ୍ୟାଙ୍କର ଭରପୂର ହୋଇ ରହିଛି । ଏନେଇ ଓଲେନା କୋପଟିଲ କହିଛନ୍ତି ଯେ, ଇଷ୍ଟର ଆମ ପାଇଁ ଖୁସି ଆଣିବ ନାହିଁ । ମୁଁ ବହୁତ କାନ୍ଦିଛି । ତଥାପି ଆମେ କିପରି ଜୀବନ ବିତାଉଛି ତାହା ଭୁଲି ପାରିବି ନାହିଁ । ଗୋଟିଏ ରାତି ଭିତରେ ୧୧ଟି ସାମରିକ ପ୍ରତିଷ୍ଠାନକୁ ଛାରଖାର କରିଦେଇଛି ଋଷ ।ଜେଲେନକ୍ସି କହିଛନ୍ତି ଯେ, ଯଦି ମାରିୟୁପୋଲ ଷ୍ଟିଲ ପ୍ଲାଣ୍ଟରେ ଥିବା ସୈନିକ ନିହତ ହେବେ ତାହେଲେ ଋଷ ସହ କଥାବାର୍ତ୍ତା ପ୍ରକ୍ରିୟାରୁ ସମ୍ପୁର୍ଣ୍ଣ ଓହରି ଯିବେ । ଏହାରି ଭିତରେ ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ପୁଣିଥରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ବୈଠକ ପାଇଁ ନିବେଦନ କରିଛନ୍ତି ।

Related Posts