ନୂଆଦିଲ୍ଲୀ: ଟ୍ୱିଟରକୁ ମିଳିଛି ନୂଆ ମାଲିକ । ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତନ କରିବାରେ ଲାଗିଛନ୍ତି । କିଛି ଦିନ ପରେ କମ୍ପାନିର ଅଧା କର୍ମଚାରୀଙ୍କୁ ବାହାର କରିଛନ୍ତି । ଏଥିରୁ ଅଧିକାଂଶ କର୍ମଚାରୀ ଭାରତୀୟ କିମ୍ୱା ଭାରତୀୟ ବଂଶୋଦ୍ଭବ ଅଛନ୍ତି । ଏହି ଘଟଣାକ୍ରମ ଭିତରେ ଟ୍ୱିଟର ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ସର୍ବାଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଡୋର୍ସି ଟ୍ୱିଟ କରି କହିଛନ୍ତି, ‘ଟ୍ୱିଟରେ ପୂର୍ବରୁ ଏବଂ ବର୍ତ୍ତମାନ କାମ କରୁଥିବା ବ୍ୟକ୍ତି ଅତ୍ୟନ୍ତ ପ୍ରତିଭାବନ । ସେମାନେ ଯେତେ କଠିନ ପରିସ୍ଥିତିରେ ଥିଲେ ମଧ୍ୟ, ନିଜ ପାଇଁ ବିକଳ୍ପ ରାସ୍ତା ବାହାର କରିପାରିବେ । ଅନେକ ମୋ ଉପରେ ଅନ୍ତୋଷ ଥିବା ମୁଁ ଅନୁଭବ କରୁଛି । ମୁଁ ସ୍ୱୀକାର କରୁଛି ଯେ, ସମସ୍ତେ ମୋ ଯୋଗୁଁ ଏହି ସ୍ଥିତିରେ ଅଛନ୍ତି । ମୁଁ ଏହି କମ୍ପାନିର ଆକାରକୁ ଶୀଘ୍ର ବଡ଼ କରି ଦେଇଛି, ଏଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି’।

ଟ୍ୱିଟର ଭାରତରେ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମର ନୂଆ ମାଲିକ ଏଲନ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାରରେ ଅଧିଗ୍ରହଣକୁ ଅପରିହାର୍ଯ୍ୟ ଏବଂ ମାନ୍ଦାବସ୍ଥା ସ୍ଥିତିରୁ କମ୍ପାନିକୁ ବଞ୍ଚାଇବା ପାଇଁ ଛଟେଇ ନିର୍ଦ୍ଦେଶ ଦେଇଛନ୍ତି