ଧାମନଗର ଉପନିର୍ବାଚନ ଫୈସଲା: ଚତୁର୍ଥ ରାଉଣ୍ଡରେ ଆଗୁଆ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ : ଆଜି ଆସିବ ଧାମନଗର ଉପନିର୍ବାଚନ ଫୈସଲା । ଚାଲିଛି ଭୋଟଗଣତି । ତେବେ ୧ମ , ୨ୟ, ୩ୟ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଥିବା ବେଳେ ଚତୁର୍ଥ ରାଉଣ୍ଡରେ ବି ଆଗରେ ରହିଛନ୍ତି ।

ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୩୧୬୧ ଖଣ୍ଡ ଭୋଟରେ ଆଗୁଆ ରହିଛି ।

ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୧୮୧୮୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୧୪୯୨୦ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ୫୫୭ ଏବଂ ଅନ୍ୟାନ୍ୟ ୨୩୬୨ ଭୋଟ ପାଇଛନ୍ତି । ଭୋଟ ୧୪ଟି ଟେବୁଲରେ ଚାଲିଛି ଭୋଟ ଗଣତି ।

Related Posts