କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି

ନୂଆଦିଲ୍ଲୀ: ନିକଟରେ ୫ ରାଜ୍ୟରେ ବିଧାନସଭା ଆସନ ରେ କଂଗ୍ରେସ ର ପରାଜୟ କଂଗ୍ରେସ କୁ ଦୋହଲାଇ ଦେଇଛନ୍ତି | ପରାଜୟ ପରେ କାରଣ ଖୋଜିବା ନିଜ ଦଳ କୁ ସୄଧୁଡ଼ କରିବା ପାଇଁ ଅଂଟା ଭିଡିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ | ବରିଷ୍ଠ ନେତାଙ୍କ ସହ ଘନଘନ ବୈଠକ ଡାକୁଛନ୍ତି |

ସୋମବାର ବରିଷ୍ଠ କଂଗ୍ରେସ ନେତାମାନଙ୍କର ଏକ ବୈଠକ 10 ଜନପଥ ବାସଭବନରେ ହୋଇଛି । ବୈଠକଟି ପ୍ରାୟ 5 ଘଣ୍ଟା ଧରି ଚାଲିଥିଲା । ମିଶନ 2024 ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଉକ୍ତ ବୈଠକରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର (PDP) ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ସନ୍ଧ୍ୟା 5ଟାରୁ 6ଟା ଭିତରେ ଉଭୟଙ୍କ ଭେଟଘାଟ ହୋଇଛି ।

ଭେଟଘାଟ ନେଇ ମେହବୁବା ମୁଫତି କହିଛନ୍ତି ରାଜନୀତି ସହ ଏହାର କୌଣସି ସମ୍ପର୍କ ନାହିଁ । ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସେ ପଚାରିବୁଝିଥିଲେ । ଏହାକୁ ଛାଡି ଅନ୍ୟ କିଛି କାରଣ ନାହିଁ ବୋଲି କହିଛନ୍ତି ପିଡିପି ମୁଖ୍ୟ । ଜମ୍ମୁ କାଶ୍ମୀର ସ୍ଥିତି ବିଷୟରେ ଦୁଇ ନେତା ଆଲୋଚନା କରିଥିହା ବିଶେଷ ସୁତ୍ରରୁ ଜଣାପଡିଛି । ଏହା ପୂର୍ବରୁ ଦୁଇ ନେତ୍ରୀ ପରସ୍ପରକୁ 2016ରେ ମେହେବୁବା ମୁଫତିଙ୍କ ପିତା ମୁଫତି ସୟିଦଙ୍କ ଦେହାନ୍ତରେ ପରସ୍ପରକୁ ଭେଟିଥିଲେ । ଧାରା 370 ଓ 35 କ ଉଚ୍ଛେଦ ପରେ ଏହା ତାଙ୍କର ପ୍ରଥମେ ଭେଟ ।ଏହାଛଡା ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରୟଙ୍କା ଗାନ୍ଧୀ ଭଦ୍ରା, ମୁକୁସ ୱାସନିକ, ରଣଦୀପ ସିଂହ ପ୍ରଶାନ୍ତ କିଶୋର ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ ।

2024 ସାଧାରଣ ନିର୍ବାଚନ ନେଇ ପ୍ରଶାନ୍ତ କିଶୋରଙ୍କ ମିଶନ 2024 ଉପରେ ଆଲୋଚନା ହୋଇଛି । 370 ସଂସଦୀୟ ଆସନ ଉପରେ ଫୋକସ କରାଯାଇଛି |

Related Posts