
ଭୁବନେଶ୍ୱର,୧୯/୦୩ (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ। ଯକୃତ ରୋଗରେ ପୀଡ଼ିତ ବୀରେନ୍ଦ୍ରଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
ଝାରସୁଗୁଡ଼ା ଆସନରୁ କଂଗ୍ରେସ ଟିକେଟରୁ ବୀରେନ୍ଦ୍ର ପାଣ୍ଡେ ୩ ଥର ବିଧାୟକ ହୋଇଥିଲେ। ୧୯୮୦, ୧୯୮୫ ଓ ୧୯୯୫ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।