ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ହତ୍ୟା ଧମକ। ତାଙ୍କୁ ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଛି। ଗତ ଅଗଷ୍ଟ ୧୪ ତାରିଖରେ ଅମନ ନାମକ ଏକ ଟ୍ୱିଟର ହ୍ୟାଣ୍ଡଲରୁ ଏହି ଧମକ ଆସିଛି। ଏଥିରେ ଲେଖାଯାଛି ଯେ, ତୁମେ ଜାଣିଛ, ତୁମେ କଣ କରିଛ ଏହାର ହିସାବ ତୁମକୁ ଦେବାକୁ ପଡ଼ିବ। ତୁମକୁ ଶେଷ କରିଦେବୁ। ଏମିତି ଧମକ ମିଳିବା ପରେ ସମୀର ପୁଲିସରେ ଦ୍ୱାରସ୍ଥ ହୋଇଛନ୍ତି।ଉକ୍ତ ଆକାଉଣ୍ଟରେ କୌଣସି ଫଲୋଅର୍ସ ନାହାନ୍ତି। ଏନେଇ ସେ ଗୁରୁଗ୍ରାମ ଥାନାରେ ଏତଲା ଦେଇଛନ୍ତି। ଏହା ପରେ ପୁଲିସ ମାମାଲା ରୁଜୁ କରି ତଦନ୍ତ ଚଳାଇଛି । ଗତକାଲି ୱାଙ୍ଖଡ଼େଙ୍କ ବୟାନ ରେକର୍ଡ଼ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ମୁମ୍ବାଇର କ୍ରୁଜ୍‌ରେ ରେଭ ପାର୍ଟି ଚଢ଼ଉ ପରେ ବିବାଦ ଘେରକୁ ଆସିଥିଲେ ସମୀର। ମୁମ୍ବାଇର ଏକ କ୍ରୁଜ୍‌ରେ ରେଭ ପାର୍ଟି ଚାଲିଥିବା ବେଳେ ଗତ ଅକ୍ଟୋବର ୨ରେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଠାରେ ନିଶା କାରବାର ଧରାପଡ଼ିବା ସହ ସହରୁକ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ସହ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ସମୀରଙ୍କ ନେତୃତ୍ୱରେ ଏହି ରେଡ୍‌ କରାଯାଥିଲା। ଉକ୍ତ ରେଭ ପାର୍ଟରୁ ଏନ୍‌ସବି ୧୩ ଗ୍ରାମ କୋକେନ୍‌, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚରସ, ୨୨ ପିଲ ଏମଡିଏମଏ ଏବଂ ୧,୩୩ ଲକ୍ଷ ଟଙ୍କା କ୍ୟାସ୍ ଜବତ ହୋଇଥିଲା। ତେବେ ଆର୍ଯ୍ୟନ ଖାନ୍‌ଙ୍କଠାରୁ କୌଣସି ଡ୍ରଗସ୍‌ ଜବତ ହୋଇ ନଥିଲା। ପରେ ଏହି ଘଟଣାରେ ଆଇନ୍‌ ଜାଲରେ ବହୁ ହଲାପଟା ହେବା ପରେ ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା। ଏହା ପରେ ପ୍ରମାଣ ଅଭାବରୁ ଶାହରୁଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ କ୍ଲିନଚିଟ ମିଳିଥିଲା। ସେହି ମାମଲାରେ ସମୀର ହିନ୍ଦୁ-ମୁସଲିମ ଜାତିଗତ ପ୍ରମାଣପତ୍ର ବିବାଦରେ ଫସିଥିଲେ।

Related Posts