ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ । ଦୁଇଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା କଂଗ୍ରେସ ଏହି ଟାଣୁଆ ନେତାଙ୍କର ଆଜି ଦେହାନ୍ତ ଘଟିିଛି ।

ପ୍ରଥମେ ସେ ୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ୧୯୯୯ ମସିହା ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।

ଆସନ୍ତୁ ଜାଣିବା ହେମାନନ୍ଦ ବିଶ୍ୱାଳଙ୍କ ବିଷୟରେ କିଛି,

୨ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ

୧୯୮୯ରୁ ୧୯୯୦ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ

୧୯୯୯ରୁ ୨୦୦୦ ମସିହା ଯାଏଁ ୨ୟ ଥର ମୁଖ୍ୟମନ୍ତ୍ରୀ

୨ୟ ପର୍ଯ୍ୟାୟରେ ମୋଟ ୮ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ

୭୦ ଦଶକରେ ପଞ୍ଚାୟତ ରାଜନୀତିରେ ତାଙ୍କ କ୍ୟାରିୟର ଆରମ୍ଭ

୧୯୭୪ ମସିହାରେ ପ୍ରଥମ ଥର ବିଧାୟକ ହୋଇଥିଲେ

ତାଙ୍କ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଲାଉଦେଇଛି । ଅନେକ ନେତା ଓ ରାଜନେତାଙ୍କ ଶୋକ ପ୍ରକାଶ କରିଛନ୍ତି ।