ୟୁ୍କ୍ରେନରେ ଋଷର ଆକ୍ରମଣ ଏବେ ଉଗ୍ର ରୂପ ଧାରଣ କରିଛି । ଉଭୟ ଦେଶ ମଧ୍ୟରେ ଜାରି ରହିଛି ଯୁଦ୍ଧ । ସେପଟେ ଭାରତ ଋଷକୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଥିବା ବେଳେ, ଦିଲ୍ଲୀସ୍ଥିତ ଋଷ ଦୂତାବାସରେ ବଢିଲା ସୁରକ୍ଷା ବ୍ୟବସ୍ଥା । ପରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଭିଡକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କୌଣସି ଅପ୍ରତିକର ପରିସ୍ଥିତ ନ ଘଟିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ଋଷ ଦୂତାବାସ ଆଗରେ ଗହଳି ଦେଖିବାକୁ ମିଳିଛି । ଅଭିଭାବକଙ୍କ କହିବା କଥା, ବିମାନ ଟିକେଟ୍‌ ବୁକିଂ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଛୁ । ଏଣୁ ଋଷ ଦୂତାବାସ ଜରିଆରେ ପିଲାଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ନିବେଦନ କରୁଛୁ ।