ୟୁକ୍ରେନରେ ଫଶିଛନ୍ତି ଓଡିଆ ଛାତ୍ରଛାତ୍ରୀ । ଶହ ଶହ ଓଡିଆ ଛାତ୍ରଛାତ୍ରୀ ଫସିରହିଥିବା ବେଳେ ସେମାନଙ୍କୁ ଫେରାଇ ଆଣିବାକୁ ସେମାନଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବା ପରେ ପୁଣିଥରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶମନ୍ତ୍ରୀ ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଭରସା ଦେଇଛନ୍ତି କି ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାକୁ ସରକାର ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ ଋଷ ଯୁଦ୍ଧ ଚାଲିଥିବା ବେଳେ ଦେଶରୁ ପ୍ରାୟ ୨୦-୨୫ ହଜାର ନାଗରିକ ୟୁକ୍ରେନରେ ଫଶିଥିବା ନେଇ ସୂଚନା ରହିଛି । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଗୋଟିଏ ଓଡାଣ ୟୁକ୍ରେନରୁ ଭାରତ ଆସିଥିଲା । ଏଥିରେ ୨୫୦ ରୁ ଅଧିକ ନାଗରିକ ଫେରିଥିବା ଜଣାପଡିଛି । ହେଲେ ପୁଣି ବିମାନ ଓଡାଣ ଭରିବା ପୂର୍ବରୁ ଋଷ ତରଫରୁ ୟୁକ୍ରେନର ବିଭିନ୍ନ ବିମାନ ବନ୍ଦର ଉପରେ ଆକ୍ରମଣ ଓ ଏୟାର ଲାଇନ୍ସକୁ ବନ୍ଦ କରିଦେବା ଫଳରେ ବାକି ଭାରତୀୟମାନେ ୟୁକ୍ରେନରେ ଫଶି ରହିଛନ୍ତି । ଏନେଇ ସେମାନଙ୍କ ପରିବାର ଲୋକ ବ୍ୟସ୍ତ ବିବ୍ରତ ଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ କେନ୍ଦ୍ର ସହିତ ବାରମ୍ବାର ଯୋଗା ଯୋଗ କରିଛନ୍ତି ।





