ସମାଜକୁ ବିଭାଜନ କରିବା ପରି ଭାଷଣ ଦେଉଛନ୍ତି ରାଜ ଠାକରେ : ନାଲି ଆଖି ଦେଖାଇଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ

ମୁମ୍ବାଇ: ସମାଜକୁ ବିଭାଜନ କରିବା ପରି ଭାଷଣ ଦେଉଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ | ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ନେଇ ଉଦ୍ଧବ ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିଆସୁଛନ୍ତି |

ସେପଟେ ତାଙ୍କର ଏହି ପରି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନର ନାଲି ଆଖି ଦେଖାଇଛନ୍ତି ମହାରାଷ୍ଟ୍ର ସରକାର । ରାଜ ଠାକରେଙ୍କ ଭାଷଣ ସମାଜକୁ ବିଭାଜନ କରିବା ପରି, ତେଣୁ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ପରୋକ୍ଷ ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ।

ରାଜ ଠାକରେଙ୍କ ଭାଷଣ ସାମାଜିକ ବିଭେଦ ସୃଷ୍ଟିକାରୀ, କାର୍ଯ୍ୟାନୁଷ୍ଠାନ ହେବା ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ସଙ୍କେତରାଜ ଠାକରେଙ୍କ ଭାଷଣ ସାମାଜିକ ବିଭେଦ ସୃଷ୍ଟିକାରୀ, କାର୍ଯ୍ୟାନୁଷ୍ଠାନ ହେବା ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ସଙ୍କେତଗୃହମନ୍ତ୍ରୀ ପାଟିଲ ଏହା ମଧ୍ୟ କହିଛନ୍ତି ଯେ ରାଜ ଠାକରେଙ୍କ ରାଲି ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ପୋଲିସ କେଉଁ ସର୍ତ୍ତ ରଖିଛି ତାହା ଔରଙ୍ଗାବାଦ ପୋଲିସ କମିଶନର ନିଜେ ତଦାରଖ କରିବେ । ଗତ କିଛି ଦିନ ଧରି ରାଜ୍ୟରେ ଲାଉଡସ୍ପିକର ବିବାଦ ତେଜିବାରେ ଲାଗିଛି । ଆସନ୍ତାକାଲି ରାଜଠାକରେଙ୍କ ପାର୍ଟି ପକ୍ଷରୁ ମହାଆଳତି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ବେଳେ ତାକୁ ଆଜି ବାତିଲ କରିଛି ଦଳ ।

Related Posts