କରୋନାରୁ ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ଏମ୍ସ ଟ୍ରମା ସେଣ୍ଟରରୁ ଡିସଚାର୍ଜ କରାଯାଇଛି। ତାଙ୍କ ଦୁଇଟି ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ତାଙ୍କୁ ଏମ୍ସ କର୍ତ୍ତୃପକ୍ଷ ହସ୍ପିଟାଲରୁ ଡିସଚାର୍ଜ କରିଛନ୍ତି। ତେବେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ତାଙ୍କୁ କିଛିଦିନ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଏପ୍ରିଲ୍ 19 ରେ AIIMS ରେ ଭର୍ତ୍ତି କରାଯାଇଥିଲା। ମନମୋହନ ସିଂଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା, ଯାହା ପରେ ତାଙ୍କର ଟେଷ୍ଟ କରାଯାଇଥିଲା। ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ମାର୍ଚ୍ଚ ୪ ତାରିଖରେ ଶ୍ରୀ ସିଂହ କୋଭାକ୍ସିନ କରୋନା ଟିକାର ପ୍ରଥମ ଡୋଜ୍ ଓ ଏପ୍ରିଲ ୩ରେ ଦ୍ୱିତୀୟ ଡୋଜ୍ ନେଇଥିଲେ। ତଥାପି ସେ ଏପ୍ରିଲ ୧୯ରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ମନମୋହନ ସିଂ ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ସେ 2004 ରୁ 2014 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଆସିଛନ୍ତି। 2009 ରେ, ସେ AIIMS ରେ ବାଇପାସ୍ ସର୍ଜରୀ କରିଥିଲେ ।

Related Posts