କୋଟକାପୁରା ଗୁଳିକାଣ୍ଡ ଘଟଣାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ସମନ ଜାରି

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଞ୍ଜାବରେ ରାଜନୈତିକ ଅସ୍ଥିରତା ଥମିବାର ନାଁ ନେଉ ନାହିଁ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଏସଆଇଟି ପକ୍ଷରୁ ସମନ୍ ଜାରି କରାଯାଇଛି । ତେବେ ଜୁନ ୧୬ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏସଆଇଟି ପାଖରେ ହାଜର ହେବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି । ତେବେ ୨୦୧୫ରେ ଘଟିଥିବା କୋଟକାପୁରା ଗୁଳି ଘଟଣାକୁ କେନ୍ଦ୍ରକରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଏସଆଇଟି ସମନ ପଠାଇଥିବାର ସୂଚନା ମିଳିଛି । ଅପରିପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ କୋର୍ଟ କିମ୍ବା ଫରିଦକୋର୍ଟ ହାଜର ହେବାର ସମ୍ଭାବନା ଅଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ବୋଲି ବିବେଚନା କରାଯାଉଛି। ଅନ୍ୟପଟେ ଚଳିତ ବର୍ଷ ପଞ୍ଜାବ ହରିୟାଣା ହାଇକୋର୍ଟ କୋଟକାପୁର ଗୁଳି ଘଟଣାରେ ଉପସ୍ଥାପିତ ହୋଇଥିବା ଏସଆଇଟିର ତଦନ୍ତ ରିପୋର୍ଟକୁ ବାତିଲ କରିଦେଇଥିଲା । ଏହା ସହ ଆଉ ଏକ ନୂତନ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ଯାହାଫଳରେ ଏଡିଜିପି ଏଲ.କେ ଯାଦବଙ୍କ ନେତୃତ୍ୱରେ ଏକ ନୂତନ ଏସଆଇଟି ଗଠନ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଜୁନ୍ 16 ତାରିଖରେ ହାଜର ହେବାକୁ ଏସଆଇଟି ନିର୍ଦେଶ ଦେଇଛି । ତେବେ ଅକ୍ଟୋବର 2015 ରେ ପ୍ରକାଶ ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବାବେଳେ କୋଟକାପୁରା ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣାରେ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା ନା ସେମାନେ ରାଜନୌତିକ ଚାପରେ ଏପରି କରିଥିଲେ ତାହା ପ୍ରଶ୍ନ ବାଚି ସୃଷ୍ଟି ହୋଇ ଆସୁଛି । ତେଣୁ ଏସଆଇଟି ଟିମ୍ ଏହା ପଛରେ ଘଟଣା ଜାଣିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ସମନ ଜାରି କରିଛି ।ଅକ୍ଟୋବର 2015 ମସିହାରେ ଫରିଦକୋର୍ଟରେ ଗୁରୁ ଗ୍ରନ୍ଥ ସାହିବଙ୍କ ପୃଷ୍ଠାଗୁଡ଼ିକ ଛିନ୍ନଛତ୍ର ହୋଇଥିବାର ଦେଖିବା ପାଇଁ ମିଳିଥିଲା । ଏହାକୁ ଦେଖି ଶିଖମାନେ କୋଟକାପୁରା ଠାରେ ଏହାକୁ ବିରୋଧ କରିଥିଲେ। କିନ୍ତୁ 14 ଅକ୍ଟୋବର 2015 ମସିହାରେ କୋଟକାପୁରା ଠାରେ ପୁଲିସ ବିରୋଧୀ କରୁଥିବା ଜନତାଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ସେହି ସମୟର ଏହା ବହୁଚର୍ଚ୍ଚିତ ଘଟଣା ଘଟିଥିଲା ।

Related Posts