ଏଥର ୟୁପି ବିଧାନସଭା ନିର୍ବାଚନରେ କାମ ଦେବନି ” ଲଭ୍ ଜିହାଦ୍ ଓ ଗୋ ଆତଙ୍କ ” : ଆରଏଲଡି ସଭାପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି।ୟୁପି ବିଧାନସଭା ନିର୍ବାଚନରେ ଚାଷୀ ଆନ୍ଦୋଳନକୁ ଏକ ପ୍ରମୁଖ ମୁଦା କରିବାକୁ ବିରୋଧୀ ଚେଷ୍ଟା କରୁଛନ୍ତି। ଏହା ମଧ୍ୟରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ଚାଷୀ ଆନ୍ଦୋଳନ ବିଜେପିକୁ ଭାରି ପଡିବାକୁ ଯାଉଛି। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ” ଲଭ୍ ଜିହାଦ” ଏବଂ “ଗୋ ଆତଙ୍କ” ଭଳି ପ୍ରସଙ୍ଗ ନିର୍ବାଚନରେ ମୁଦ୍ଦା ହେବ ନାହିଁ । ଏଥର ନିର୍ବାଚନରେ ​​ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ ହେବ। ସ୍ବାସ୍ଥ୍ୟ, ଶିକ୍ଷା ଏବଂ ବେକାରୀ ସମସ୍ୟା ଏଥର ମୂଳ ମୁଦ୍ଦା ହେବ। ଦଳର ମୁଖିଆ ଚୌଧୁରୀ ଅଜିତ ସିଂଙ୍କ ଦେହାନ୍ତ ପରେ ଜୟନ୍ତ ଚୌଧୁରୀ ଆରଏଲଡି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ବିଜେପିର ଶୋଚନୀୟ ପରାଜୟ ପରେ ଏବେ ସମସ୍ତଙ୍କ ନଜର ଉତ୍ତରପ୍ରଦେଶ ଉପରେ ରହିଛି। ଆରଏଲଡି ଓ ସମାଜବାଦୀ ପାର୍ଟି ମଧ୍ୟରେ ଭଲ ସମ୍ପର୍କ ରହିଥିବା ବେଳେ, ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି। କରୋନା ମୁକାବିଲାରେ ଯୋଗୀ ସରକାର ବ୍ୟାକ୍ ଫୁଟ ରେ ଥିବା ବେଳେ ବିରୋଧୀ ଲଗାତର ଟାର୍ଗେଟ କରୁଛନ୍ତି। ତେବେ ପିଟିଆଇ କୁ ଦେଇଥିବା ଏକ ସାକ୍ଷାତକାରରେ ମହାଗଠବନ୍ଧନ ସମ୍ପର୍କରେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଏ ନେଇ ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ପ୍ରଥମେ ଏ ନେଇ ସହମତି ପ୍ରକାଶ ପାଇବା ଆବଶ୍ୟକ। ବିଜେପି ଦଳର ଅସନ୍ତୋଷରୁ ଧ୍ୟାନ ହଟାଇବା ପାଇଁ କ୍ୟାବିନେଟ ଫେରବଦଳ କରୁଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏବେ ଜାତି ପଲିଟିକ୍ସରେ ଫସିଯାଇଛି। ଲୋକଙ୍କୁ ଚାକିରୀ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦକ୍ଷ ଶାସନ ଯୋଗାଇ ଦେବାରେ ବିଜେପି ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ କରୋନା ପରିଚାଳନା ଏବଂ ଗଙ୍ଗାରେ ଶବ ଭାସିବା ଘଟଣାକୁ ନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି।

Related Posts