ସ୍ବଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୋଟାବାୟା ଶୁକ୍ରବାର ଥାଇଲାଣ୍ଡରୁ ଶ୍ରୀଲଙ୍କା ଫେରିଛନ୍ତି। ସେ ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ଓ ଜନସାଧାରଣଙ୍କ ବିରୋଧର ସମ୍ମୁଖୀନ ହୋଇ ଇସ୍ତଫା ଦେଇ ଜୁଲାଇ ୧୩ ତାରିଖରେ ଦେଶ ଛାଡ଼ି ପଳାୟନ କରିଥିଲେ। ପ୍ରଥମେ ମାଳଦ୍ବୀପ ଏବଂ ପରେ ସିଙ୍ଗାପୁର ଓ ଥାଇଲାଣ୍ଡରେ ଗୋଟାବାୟା ଆତ୍ମଗୋପନ କରିଥିଲେ।

ତେବେ ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କା ସଂସଦ ରାନିଲ ବିକ୍ରମସିଂଘେଙ୍କୁ ଅସ୍ଥାୟୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରିଥିଲା।ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିକ୍ରମସିଂଘେ ରାଜପକ୍ଷଙ୍କ ଫେରିବାକୁ ନେଇ ସମସ୍ତ ବ୍ୟବସ୍ଥା କରିଥିଲେ। ଗତ ମାସ ୧୯ ତାରିଖରେ ଏସ୍‌ଏଲ୍‌ପିପି ସାଧାରଣ ସମ୍ପାଦକ ସାଗରା କରିଆୱାସମ୍‌ ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ଗୋଟାବାୟାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିଥିଲେ।

Related Posts