ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ପରଲୋକ

ସତ୍ୟପାଠ ବ୍ୟୁରୋ : ପୂର୍ବତନ କନ୍ଦ୍ରେମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ହେବ ସେ ଅସୁସ୍ଥ ଥିବା ବେଳେ ଶନିବାର ବିଳମ୍ବିତ ରାତ୍ରୀରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି ।

ହାଇଦ୍ରାବାଦର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା । ତେବେ ଶନିବାର ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିଲା । ଫଳରେ ତାଙ୍କୁ ଏଆଇଜି ହସପିଟାଲରେ ଭର୍ତ୍ତୀ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ନିଧନ ହୋଇଛି ।

ଏସ ଜୟପାଲ ରେଡ୍ଡୀ ୨୦୦୯ ପଂଚଦଶ ଲୋକସଭା ନିର୍ବାଚନରେ ଚେଭେଲା ଆସନରୁ ବିଜୟୀ ହୋଇଥିଲେ । ମହମୋହନ ସିଂଙ୍କ ସରକାରରେ ତାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ଭୂବିଜ୍ଞାନ ମନ୍ତ୍ରୀପଦ ମିଳିଥିଲା ।

Related Posts