ନାଲକୋରେ ଅଘଟଣ : ଫ୍ଲାସ ଓଭର ଖସି ୪ ଗୁରୁତର

ସତ୍ୟପାଠ ବ୍ୟୁରୋ : ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି । ଫ୍ଲାସ ଓଭର ଖସି ପଡି ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ତେବେ ନାଲକୋ ପକ୍ଷରୁ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳରେ କାଷ୍ଟ ହାଉସ ବି ବିଭାଗରେ ଥିବା ଉଚ୍ଚକ୍ଷମତା ବିଶିଷ୍ଟ ବିଦ୍ୟୁତ ପ୍ୟାନେଲ ବୋର୍ଡ କାମ ଚାଲିଥିବା ବେଳେ ହଠାତ ଫ୍ଲାସ ଓଭର ଖସି ପଡିଥିଲା। ଫଳରେ ବହୁ ମାତ୍ରାରେ ନିଆଁ ଝୁଲ ବାହାରି ଥିଲା । ଯାହାଦ୍ୱାରା ପାଖରେ ଥିବା କର୍ମଚାରୀ ନିଆଁରେ ସସ୍ପର୍ଶରେ ଚାଲିଆସିଥିଲେ । ତାଙ୍କ ଶରୀରର ୧୦୦ପ୍ରତିଶତ ଜଳିଯାଇଥିବାବେଳେ ପାଖରେ ଥିବା ୨ ଆପେଣ୍ଡିସ ଛାତ୍ରଙ୍କର ୫୦ପ୍ରତିଶତ ଜଳିଯାଇଛି। ଘଟଣାସ୍ଥଳରେ ଥିବା ଆଉ ଜଣେ ମହିଳା ନାଲକୋ କର୍ମଚାରୀଙ୍କ ଦୁଇ ହାତ ଓ ମୁହଁ ମଧ୍ୟ ପୋଡି ଯାଇଛି।ସର୍ଟ ସର୍କିଟରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Related Posts