ନିଯୁକ୍ତି କ୍ଷେତ୍ରରେ ଆନ୍ଧ୍ର ସରକାରଙ୍କ ନୂଆ ନିୟମ

ସତ୍ୟପାଠ ବ୍ୟୁରୋ : ଜନହିତକାରୀ ନିୟମ ଓ ନିଷ୍ପତି ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଆନ୍ଧ୍ରର ଜଗନ ସରକାର ପୁଣି ଏକ ବଡ ନିଷ୍ପତି ନେଇଛନ୍ତି । ଏଣିକି ଘରୋଇ ଶିଳ୍ପ କମ୍ପାନୀ ଓ ଫ୍ୟାକ୍ଟରୀରେ ସ୍ଥାନୀୟ ଅଂଚଳରେ ୭୫ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ । ଏ ନେଇ ଗତକାଲି ଆନ୍ଧ୍ର ବିଧାନସଭାରେ ବିଲ ପାସ୍ ହୋଇଛି । ରାଜ୍ୟର ଶିଳ୍ପ ପ୍ରତିଷ୍ଠାନ, ମିଳିତ ଉଦ୍ୟୋଗ, ପିପିପି ମୋଡରେ ହେଉଥିବା ଶିଳ୍ପରେ ଏହି ନିୟମ ଲାଗୁ ହେବ ।

ବିଲରେ କୁହାଯାଇଛି, ଯଦି କମ୍ପାନୀର ବିଭିନ୍ନ କାମ ପାଇଁ ଉପଯୁକ୍ତ ଦକ୍ଷତା ଥିବା କର୍ମଚାରୀ ସ୍ଥାନୀୟ ଅଂଚଳରେ ନ ମିଳନ୍ତି ତେବେ ରାଜ୍ୟ ସରକାର କିମ୍ବା ଅନ୍ୟ କମ୍ପାନୀ ସହାୟତାରେ ତାଲିମ ଦେଇପାରିବେ । ପୂର୍ବରୁ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ରରେ ଏଭଳି ନିୟମ ରହିଛି । ତେବେ ଏହି ରାଜ୍ୟରେ ସଂରକ୍ଷଣ ପ୍ରତିଶତ ୭୫ ପ୍ରତିଶତରୁ କମ ରହିଛି ।

Related Posts