କେନାଲକୁ ଗାଧୋଇବାକୁ ଯାଇ ଭାସିଗଲେ 4 ନାବାଳିକା

ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱା ସହର ଓମକାରେଶ୍ବର ଅଞ୍ଚଳସ୍ଥିତ କୋଠି ଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । କେନାଲକୁ ଗାଧୋଇବାକୁ ଯାଇ 4 ନାବାଳିକା ଭାସି ଯାଇଛନ୍ତି । ଫଳରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ କୁ ନେଇ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି ।

ଆଜି (ବୁଧବାର) ସକାଳ 6ଟା ସମୟରେ ଗାଧୋଇବା ସମୟରେ କେନାଲ ପାଣିର ପ୍ରଖର ସ୍ରୋତରେ ବୁଡ଼ିଯାଇଥିବା ଜଣାପଡ଼ିଛି ।ଓମକାରେଶ୍ବର ଡ୍ୟାମର ଏକ ଶାଖା ଯାଇଥିବା କେନାଲରେ ଲାଗିଥିବା ଶୃଙ୍ଖଳିତ ଶିକୁଳି ଧରି 4 ନାବାଳିକା ଗାଧୋଉଥିଲେ । ସେମାନଙ୍କ ମଧ୍ୟରୁ ଶିକୁଳିରୁ ଜଣଙ୍କ ହାତ ଖସିଯିବାରୁ ଗଭୀର ସ୍ରୋତରେ ଭାସି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ କେନାଲ ମଧ୍ୟକୁ ଡେଇଁଥିଲେ । ପାଣିର ସ୍ରୋତ ପ୍ରଖର ଥିବାରୁ 4 ଜଣ ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଅଧିକାରୀ 4 ନାବାଳିକାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା। ପ୍ରାୟ ଏକ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ସଭିଁଙ୍କ ମୃତଦେହ ମିଳିଥିଲା । ଉଦ୍ଧାର ପରେ ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଅଘଟଣରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Related Posts