
ଭୁବନେଶ୍ୱର,୫/୬(ସତ୍ୟପାଠ ବ୍ୟୁରୋ): ବରଗଡ଼ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ | ମେଣ୍ଢାପାଲି ନିକଟରେ ୩ଟି ବଗି ଲାଇନଚ୍ୟୁତ୍ ହୋଇଥିବା ନେଇ ସୂଚନା ମିଳିଛି | ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି |
ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ବେଳେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି| ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ରହିଛି| ତେବେ ଗତ ଶୁକ୍ରବାର ବାଲେଶ୍ୱରର ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମର୍ମନ୍ତୁଦ ଚିତ୍ର କାହାରି ଆଖିରୁ ଲିଭିନଥିବାବେଳେ ଏବେ ପୁଣି ଏକ ଟ୍ରେନ ଲାଇନଚ୍ୟୁତ ହେବାର ଖବର ଆସିଛି |