ଆସନ୍ତାକାଲି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୭ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ମତଦାନ: ୫୪ଟି ଆସନ ପାଇଁ ହେବ ଭୋଟ ଗ୍ରହଣ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆସନ୍ତାକାଲି (ସୋମବାର) ୭ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ । ଶେଷ ପର୍ଯ୍ୟାୟ ବା ସପ୍ତମ ପର୍ଯ୍ୟାୟରେ ୫୪ଟି ବିଧାନସଭା ଆସନ ପାଇଁ ୬୧୩ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା ।

ସେପଟେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି ପକ୍ଷରୁ ସରିଛି ନିର୍ବାଚନୀ ପ୍ରଚାର । ଶେଷ ପର୍ଯ୍ୟାୟ ମତଦାନ ନେଇ ରାଜନୀତିକ ଦଳ ପକ୍ଷରୁ ପ୍ପ୍ରଚାର ଜୋର୍ ଧରିଥିଲା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ପ୍ରୟାସ କରିଥଲେ ହେବିୱେଟ୍ ନେତା ।

ସେପଟେ ଭୋଟ ଗ୍ରହଣକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ସରିଛି ।

Related Posts