ଆଜି ଦିନ ଦୁଇଟାରୁ ବାରବାଟୀ ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି । ଜାଣନ୍ତୁ କେଉଁ କେଉଁ ୱେବସାଇଟରେ ଉପଲବ୍ଧ ହେବ ଟିକେଟ୍

ଡିସେମ୍ୱର ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ।ଚ୍ । ଏହି ମ୍ୟାଚ ଆଗରୁ ଆଜି ଠାରୁ ଦର୍ଶକଙ୍କ ପାଇଁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ଟିକ୍ରି । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବୁକ୍ ମାଇଁ ସୋ , ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପେଟିଏମ୍ ଡଟ୍ ଇନ୍ କିଂବା ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଇନସାଇଡର ଡଟ୍ ଇନ୍ ୱେବସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବ । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ଦୁଇଟା ଠାରୁ ଆରମ୍ଭ ହେବ ଅନଲାଇନ୍ ବୁକିଂ । ନିଜ ପରିଚୟପତ୍ର ଯେପରିକି ଆଧାର କିଂବା ଭୋଟର କାର୍ଡର ନଂବର ପଂଜିକରଣ କରାଇ ଡେବିଟ୍ କାର୍ଡ କିଂବା କ୍ରେଡିଟ୍ କାର୍ଡରେ ଅନଲାଇନ୍ ବ୍ୟାକିଙ୍ଗରେ ଟିକେଟ୍ ବୁକିଂ କରିପାରିବେ ।  ଏହାପରେ ଏହି ଅନଲାଇନ୍ ରସିଦକୁ ଦେଖାଇ ଟକେଟ୍ କାଉଂଟରରୁ ପରିଚୟ ପତ୍ର ଦେଖାଇ ଟିକେଟ୍ ଆଣିପାରିବେ । ଅନଲାଇନ୍ ଟିକେଟ୍ ବୁକିଂ ବେଳେ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୁକିଂ କରିପାରିବ ।

ଅନଲାଇନରେ କେବଳ ଗ୍ୟାଲେରୀ ଟିକେଟ୍, , ସ୍ପେଶାଲ ଏନକ୍ଲୋଜର, ଭିଆଇପି ବକ୍ସ ଟିକେଟ୍ ବୁକ୍ କରିପାରିବେ । ୯ ହଜାର ୩୧୦ଟି ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ଉଦ୍ଦିଷ୍ଟ ରହିଛି । ଯେଉଁମାନଙ୍କୁ ଟିକେଟ୍ କିଣିବାକୁ ଧାଡିରେ ଘଂଟା ଘଂଟା ଧରି ଠିଆହୋଇ ଟିକେଟ୍ କିଣିବାକୁ ପସନ୍ଦ ଆସିନଥାଏ, ସେମାନଙ୍କ ପାଇଁ ଏହି ଅନଲାଇନ୍ ଟିକେଟ୍ ବୁକିଂ ସବୁଠାରୁ ବଡ ସୁଯୋଗ ହେବ । ଆସନ୍ତା ୧୯ ତାରିଖରେ ବାରବାଟିର ଟିକେଟ୍ କାଉଁଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ । ବାରବାଟିର ଦର୍ଶକ କ୍ଷମତା ପ୍ରାୟ ୪୩ ହଜାର ୯୨୯ ରହିଛି ।  ଏଥର ବାରବାଟି ଟିକଟ ଉପରେ ଲାଗୁଛି ୧୮ ପ୍ରତିଶତ ଟିକସ । ତେଣୁ ଟିକଟ ଦାମ ସହିତ ଦର୍ଶକଙ୍କୁ ଗଣିବାକୁ ପଡିବ ଜିଏସଟି ।

Related Posts