କୋଭିଡ଼ କୁପରିଚାଳନା ପାଇଁ ଭବିଷ୍ୟତ ବଂଶଧର ତୁମକୁ କ୍ଷମା ଦେବେନାହିଁ: ପ୍ରିୟଙ୍କା ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଉତ୍ତରପ୍ରଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସର୍ବାଧିକ ପ୍ରଭାବିତ ସ୍ଥାନ ଗୁଡିକ ମଧ୍ୟରେ ରାଜଧାନୀ ଲକ୍ଷେ୍ନା ସମେତ କାନପୁର , ପ୍ରୟାଗରାଜ ଏବଂ ବାରଣାସୀ ରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ୟୁପିରେ କରୋନା ବିପର୍ଯ୍ୟୟ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ସେ ରାଜ୍ୟର ଡାକ୍ତରଖାନା ଗୁଡିକରେ ବେଡ୍ ,ଅମ୍ଲଜାନ ଏବଂ ଅନ୍ୟ ଅବଶ୍ୟକୀୟ ଔଷଧର ଅଭାବ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ” ଯଦି ଆପଣ ଏହି ସଙ୍କଟ ସମୟରେ ସରକାରଙ୍କ ସମ୍ପୂର୍ଣ୍ଣ ସମ୍ବଳକୁ ନିୟୋଜିତ ନକରନ୍ତି ତେବେ ଭବିଷ୍ୟତ ବଂଶଧର ଆପଣଙ୍କୁ କେବେବି କ୍ଷମା କରିବେ ନାହିଁ। ପ୍ରିୟଙ୍କା ଗାନ୍ଧୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି , ଗ୍ରାମାଞ୍ଚଳରେ ଟେଷ୍ଟିଂ ସଂଖ୍ୟା ବଢାଇବାକୁ ସେ ପରାମର୍ଶ ଦେଇଛନ୍ତି । ୨୩ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ୧୨୬ ଟି ସରକାରୀ ଟେଷ୍ଟିଂ କେନ୍ଦ୍ର ଏବଂ ୧୧୫ ଟି ପ୍ରାଇଭେଟ ଟେଷ୍ଟିଂ କେନ୍ଦ୍ର ରହିଛି ।

ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ;
୧ – ଫ୍ରଣ୍ଟ ଲାଇନ କର୍ମଚାରୀଙ୍କ ପାଇଂ ଆର୍ଥନୈତିକ ପ୍ୟାକେଜ ଘୋଷଣା କରାଯାଉ ।
୨ – ବନ୍ଦ ପଡିଥିବା ସମସ୍ତ କୋଭିଡ କେୟାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିଯାଉ ।
୩ – ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅକ୍ସିଜେନ୍ ଓ ବେଡ୍ ସଂଖ୍ୟା ବୃଦ୍ଧି କରାଯାଉ ।
୪ – ଅବସର ପ୍ରାପ୍ତ ମେଡିକାଲ ଓ ପାରାମେଡିକାଲ କର୍ମଚାରୀଙ୍କୁ ନିକଟସ୍ଥ ମେଡିକାଲରେ ନିୟୋଜିତ କରିବା ।
୫- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ରେ ପାରଦର୍ଶିତ ଅବଲମ୍ବନ କରିବା ।
୬- ଗ୍ରାମାଞ୍ଚଳରେ ଆରଟିପିସିଆର ଟେଷ୍ଟ ବଢାଇବା ଏବଂ ଅଙ୍ଗନାବାଡି ଓ ଆଶା କର୍ମୀଙ୍କ ମାଧ୍ୟମରେ ଔଷଧ ଏବଂ କରୋନା କିଟ୍ ବାଣ୍ଟିବା ।
୭ – ଗରିବ , ବୁଲା ବିକାଳୀ ଓ ଶ୍ରମିକ ମାନଙ୍କୁ ଅର୍ଥୀକ ସହାୟତା ଯୋଗାଇଦେବା । ଛୋଟ ବ୍ୟବସାୟୀ ମାନଙ୍କୁ ଟାକ୍ସରେ ସରକାର ରିହାତ ଦିଅନ୍ତୁ ।

Related Posts