କରୋନାରେ ମୋଦିଙ୍କ ଖୁଡୀଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁଡୀ ନର୍ମଦାବେନ୍ ମୋଦୀଙ୍କ କରୋନାରେ ଦେହାନ୍ତ ହୋଇଛି। ସେ ଗୁଜୁରାଟ ଅହମଦାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ନର୍ମଦାବେନ୍ ମୋଦୀଙ୍କୁ 80 ବର୍ଷ ବୟସ ହୋଇଥିଲା ଏବଂ ସେ ପିଏମ ମୋଦୀଙ୍କ ପିତା ଦାମୋଦର ଦାସ ମୋଦୀଙ୍କ ଭାଇଙ୍କ ପତ୍ନୀ ଥିଲେ। ନର୍ମାଦାବେନ ମୋଦୀ ତାଙ୍କ ପୁଅ ସହିତ ଅହମ୍ମଦାବାଦର ନୂଆ ରାନିପ ଅଞ୍ଚଳରେ ରହୁଥିଲେ। ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଅହମ୍ମଦାବାଦର ସିଭିଲ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କହିଛନ୍ତି ଯେ ତାଙ୍କ ମାଉସୀ ନର୍ମାଦାବେନଙ୍କୁ 10 ଦିନ ପୂର୍ବରୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନର୍ମଦାବେନଙ୍କ ସ୍ୱାମୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାପା ଦାମୋଦରଦାସଙ୍କ ଭାଇ ଜଗଜୀବନଦାସ ବହୁ ବର୍ଷ ପୂର୍ବରୁ ପ୍ରାଣ ହରାଇ ସାରିଥିଲେ।

Related Posts