ଭାରତର କରୋନା ବିରୋଧୀ ଲଢେଇରେ ସହାୟତା ପାଇଁ PM Cares ଫଣ୍ଡକୁ ଦାନ କରିବେ ଦଲାଇଲାମା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଭାରତରେ କରୋନା ସ୍ଥିତି ସଙ୍ଗୀନ । ଏଭଳି ସଙ୍କଟ ସମୟରେ ସହାୟତାର ହାତ ବଢାଇଛନ୍ତି ତିବ୍ଦତୀୟ ଧର୍ମ ଗୁରୁ ଦଲାଇଲାମା । ଭାରତର କରୋନା ବିରୋଧୀ ଲେଢଇରେ ସାହାଯ୍ୟ ପାଇଁ ସେ ପିଏମ୍ କେୟାରସ୍ ଫଣ୍ଡ କୁ ଆର୍ଥାକ ସହାୟତା ଯୋଗାଇଦେବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି , ମୁଁ ଏହାର ସୁଯୋଗ ନେଇ ଏହି ଭୟଙ୍କର ମହାମାରୀର ମୁକାବିଲା ପାଇଁ ସାହାଯ୍ୟ କରିପାରିବି । କରୋନା ବିରୋଧୀ ଲେଢଇରେ ଫ୍ରଣ୍ଟଲାଇନ କର୍ମଚାରୀ ମାନେ ସାହାସର ଶହ ଲଢୁଛନ୍ତି । ମୁଁ ପ୍ରାର୍ଥନା କରୁଛି ଯେ ଏହି ମହାମାରୀ ଖୁବଶୀଘ୍ର ଶେଷ ହେଇଯାଉ । ସୂଚନାଯୋଗ୍ୟ, ଆଜି ଭାରତରେ ଦିନକରେ ୩,୨୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୭୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୬,୩୬,୩୦୭ କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୧,୪୫,୫୬,୨୦୯ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୯୭,୮୯୪ ରେ ପହଞ୍ଚିଛି। ୨୮,୮୨,୨୦୪ ଆକ୍ଟିଭ କେସ୍ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related Posts