ଗ୍ୟ।ଙ୍ଗଷ୍ଟର ହାଇଦରର ପୁଅ ଗିରଫ, ପିସ୍ତଲ ଓ ଗାଡ଼ି ଜବତ

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଗିରଫ ହୋଇଛି । ଗୋଟିଏ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ସହ ହାଇଦରର ପୁଅ ଏସ୍‌ କେ ଆଜାରଉଦ୍ଦିନ୍‌କୁ ଶୁକ୍ରବାର ଗିରଫ କରିଛି ନିଶ୍ଚିନ୍ତକୋଇଲି ପୋଲିସ୍‌ ।

କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ଏକ ମେଲୋଡ଼ି କାର୍ଯ୍ୟକ୍ରମରେ ଘଟିଥିଲା ଗୁଳିକାଣ୍ଡ । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଅଭିଯୁକ୍ତ ଥିଲେ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଅଲ୍ଲୀର ପୁଅ ଏସ୍‌.କେ ଆଜାରଉଦ୍ଦିନ୍‌ ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳର ସତ୍ୟବ୍ରତ ମିଶ୍ର ।

ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍‌ ଖୋଜୁଥିବାବେଳେ ଆଜି ସେମାନଙ୍କୁ କବ୍‌ଜା କରିବାରେ ସଫଳ ହୋଇଛି । ଦୁଇ ଅଭିଯୁକ୍ତଙ୍କଠାରୁ ପୋଲିସ୍‌ ପିସ୍ତଲ, 4 ଟି ମୋବାଇଲ ଫୋନ୍‌, ହିରୋହୋଣ୍ଡା ମୋଟର ସାଇକେଲ୍‌ ସହ ସିସି ଟିଭି ଡିଭିଆର୍‌ ମେସିନ୍‌ ଜବତ କରିଛି ।

Related Posts