ସହର ଭିତରେ ବୁଲୁଛି ବାଘ, ଜିଲ୍ଲାପାଳ ଜାରି କଲେ ଆଡଭାଇଜାରୀ

ବାଘ ଧରିବାକୁ ମୁତୟନ ହୋଇଛନ୍ତି ସେନାବାହିନୀ, ବନ ବିଭାଗ କର୍ମଚାରୀ ଓ ପୋଲିସ୍‌

ସହରରେ ବାଘ ଆତଙ୍କ । ରାଜସ୍ଥାନର କୋଟା ସହରରେ ଏବେ ଆତଙ୍କ ଖେଳାଇଛି ଗୋଟିଏ ବାଘ । ବାଘ ଭୟରେ ଲୋକଙ୍କ ଘରୁ ବାହାରିବା ବନ୍ଦ ହୋଇଯାଇଛି । ଲୋକଙ୍କୁ ପ୍ରଶାସନ ବି ଏକୁଟିଆ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି । ସେପଟେ ବାଘରୁ ଧରିବାକୁ ବନ ବିଭାଗର ୮ଟି ଟିମ୍‌ ମୁତୟନ ହୋଇଛନ୍ତି ।

ଭୟର ସ୍ଥିତି ଏମିତି ଯେ ଏବେ ଲୋକେ ଘରୁ ଏକୁଟିଆ ନୁହେଁ ଦଳ ଦଳ ହୋଇ ବାହାରୁଛନ୍ତି । ଆଉ ସମସ୍ତଙ୍କ ହାତରେ ଦେଖାଯାଉଛି ବାଡ଼ି ଓ ଠେଙ୍ଗା । ବାଘ ଭୟରେ ପ୍ରଶାସନ ବି ଆସିଯାଇଛି ଆଲର୍ଟ ମୋଡ଼କୁ । ଏବେ ବନ ବିଭାଗ, ପୋଲିସ୍‌ ଓ ସେନା ବାଘକୁ ଧରିବା ପାଇଁ ଚଳାଇଛନ୍ତି ସର୍ଚ୍ଚ ଅପରେସନ୍‌ ।

ଯେଉଁଠି ଯେଉଁଠି ତାର ପାଦ ଚିହ୍ନ ମିଳୁଛି ସେହି ସବୁ ସ୍ଥାନରେ ବାଘକୁ ଖୋଜୁଛି ବନ ବିଭାଗ । ଅଲଗା ଅଲଗା 8ଟି ଟିମ୍‌ ଗଠନ କରିଛି ବନ ବିଭାଗ । 8ରୁ7ଟି ଟିମ୍‌ ଠାବ କରିବାକୁ ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି । ବାଘକୁ ଟ୍ରାଙ୍କୁଲାଇଜ୍‌ କରିବାକୁ 24 ଘଣ୍ଟା ଆଲର୍ଟ ରହିଛି ଗୋଟିଏ ଟିମ୍‌ ।
ବାଘ ଭୟକୁ ଦେଖି ଜିଲ୍ଲାପାଳ ଏକ ନିର୍ଦ୍ଦେଶାବଳୀ ବି ଜାରି କରିଛନ୍ତି । ଏଥିରେ ରାତି ସମୟରେ ଏକୁଟିଆ ବାହାରକୁ ନ ବାହାରିବାକୁ ଲୋକଙ୍କୁ କୁହାଯାଇଛି । ବାଘକୁ ଦେଖିଲେ ହେଲ୍‌ପ ଲାଇନ୍‌ ନମ୍ବରରେ ବି ଜଣାଇବାକୁ ଲୋକଙ୍କୁ କହିଛି ପ୍ରଶାସନ ।

Related Posts