୧୯୯୦ର କାଶ୍ମୀର ପଣ୍ଡିତଙ୍କର ନୃଶଂସ ନରସଂହାରକୁ ମନେ ପକାଇବା ପାଇଁ ତାଙ୍କ ସ୍ମୃତିରେ ନିର୍ମାଣ ହେବ ଜେନୋସାଇଡ୍ ମ୍ୟୁଜିୟମ: ଜମି ଯୋଗାଇବେ ମଧ୍ୟପ୍ରଦେଶ ସରକାର

ଫିଲ୍ମ ‘ଦି କାଶ୍ମୀର ଫାଇଲ୍’ ସଫଳତାର ଶୀର୍ଷ ରେ ପହଂଚିଛି। ଫିଲ୍ମ୍ କି ନେଇ ସବୁ ଆଡେ ଚର୍ଚ୍ଚା । ଫିଲ୍ମ୍ କୁ ନେଇ ଯେତିକି ଚର୍ଚ୍ଚା ସେତିକି ରାଜନୀତି ମଧ୍ୟ ଚାଲିଛି । ତେବେ ଏହାରି ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ବଡ଼ ଘୋଷଣା କରିଚନ୍ତି । ମଧ୍ୟ ପ୍ରଦେଶର ତିଆରି ହେବ ଜେନୋସାଇଡ୍ ମ୍ୟୁଜିୟମ।

୧୯୯୦ରେ କାଶ୍ମୀର ପଣ୍ଡିତଙ୍କର ନୃଶଂସ ନରସଂହାରକୁ ମନେଇ ପକାଇବା ପାଇଁ ତାଙ୍କର ସ୍ମୃତିରେ ଏକ ମ୍ୟୁଜିୟମ ସ୍ଥାପନା କରାଯିବ। ଏଥିପାଇଁ ମଧ୍ୟପ୍ରଦେଶ ସରକାର ଜମି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଖୋଦ୍ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଏନେଇ ଆଜି ବିବେକ ତାଙ୍କ ଟ୍ୱିଟରେ ଏକ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ସେ ଫିଲ୍ମ ବିଷୟରେ ତାଙ୍କର ସଂଘର୍ଷ ସମ୍ପର୍କରେ ସୂଚନା ଦେଇଥିଲେ ଓ ମ୍ୟୁଜିୟମ ନିର୍ମାଣ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଜମି ମାଗିଥିଲେ। ତା ସହିତ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ଭିଡିଓରେ ସେ କହିଛନ୍ତି ଯେ ୪ ବର୍ଷ ହେଲା ଆମେ ଏକ ଯାତ୍ରାରେ ବାହାରିଥିଲୁ। ଆମ ଭାଇ ଭଉଣୀମାନଙ୍କର ଦୁଃଖ କଷ୍ଟକୁ ବିଶ୍ୱ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଥିଲୁ। କାଶ୍ମୀର ଭାଇ ଭଉଣୀମାନେ ସବୁ କଷ୍ଟ ସହି ଭାରତ ଶାନ୍ତିପୂର୍ଣ୍ଣତାକୁ ସମର୍ଥନ କରିଥିଲେ। ତେବେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଧନ୍ୟବାଦ ଜଣାଇବା ସହ ଜେନୋସାଇ୍ ମ୍ୟୁଜିୟମ ତିଆରି କରିବାକୁ ଅନୁମତି ମାଗିଥିଲେ ବିବେକ। ସେ କହିଥିଲେ ଯେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ନିବେଦନର କରିବାକୁ ଚାହୁଁଛି ଯେ ମଧ୍ୟପ୍ରଦେଶର ଆମକୁ ଏକ ଜେନୋସାଇଡ୍ ମ୍ୟୁଜିୟମ ତିଆରି କରିବାକୁ ଅନୁମତି ଦିଅନ୍ତୁ। ଏହା ଏକ ମାନବିକାତର ପ୍ରତୀକ ହେବ।

ବିବେକଙ୍କର ଦାବିକୁ ତୁରନ୍ତ ସମର୍ଥନ କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଜମି ସହିତ ସମସ୍ତ ସରକାରୀ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Related Posts