ମୋଦି ଓ ନୀତିଶ କୁମାରଙ୍କୁ ଭଗବାନ ପୁଅ ଝିଅ ଦିଅନ୍ତୁ; ଯାହା ଦ୍ୱାରା ସେମାନେ ପରିବାରବାଦ ରାଜନୀତି କରିପାରିବେ: ଲାଲୁ ଯାଦବ

ପାଟନା(ସତ୍ୟପାଠ ବ୍ୟୁରୋ): ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ପ୍ରଧାନମନ୍ତ୍ରୀ ଓ ବିହାରର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରୁଥିବାର ଦେଖିବାକୁ ମିଳିଛି । ତେବେ ନରେନ୍ଦ୍ର ମୋଦି ଓ ନୀତିଶ କୁମାରଙ୍କୁ ଭଗବାନ ପୁଅ, ଝିଅ ଦିଅନ୍ତୁ । ଯେପରିକି ସେମାନେ ମଧ୍ୟ ପରିବାରବାଦ ରାଜନୀତି କରିପାରିବେ ବୋଲି କହିଛନ୍ତି । ଏହା ପରେ ଲାଲୁଙ୍କ ଏହି ବିବୃତ୍ତିଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ସମଗ୍ର ଦେଶରେ ଚାଲିଥିବା ପ୍ରସଙ୍ଗ ବିଷୟରେ ଗଣମାଧ୍ୟମ ସହିତ ଲାଲୁ ପ୍ରସାଦ ଯାଦବ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବାରବାଦ ଉପରେ ଏକ ପ୍ରଶ୍ନ ପଚରାଗଲା, ସେ କହିଥିଲେ ଯେ ଯଦି ନୀତୀଶ କୁମାର ଏବଂ ପିଏମ ମୋଦୀଙ୍କର ସନ୍ତାନ ନାହାନ୍ତି ।

ତେବେ ମୁଁ କଣ କରିପାରିବି? ନୀତୀଶ କୁମାରଙ୍କର ଏକ ପୁଅ ଅଛି କିନ୍ତୁ ସେ ରାଜନୀତି ପାଇଁ ଠିକ ନୁହେଁ । ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ ଯେ ସେ ସନ୍ତାନ ପ୍ରାପ୍ତ କରନ୍ତୁ ଯାହା ଦ୍ୱାରା ସେମାନେ ପରିବାରବାଦ ରାଜନୀତି କରିପାରିବେ ବୋଲି ଲାଲୁ ଯାଦବ କହିଛନ୍ତି । କିଛି ଦିନ ପୂର୍ବରୁ ହିଜାବ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଦେଶ ଗୃହଯୁଦ୍ଧ ଆଡକୁ ଗତି କରୁଛି। ଏଥିପାଇଁ ମୋଦି ଆଉ ବିଜେପି ହିଁ ଦାୟୀ । ୭୦ ବର୍ଷ ପରେ ଦେଶ ପୁଣିଥରେ ବ୍ରିଟିଶ ବିଜେପି ପରି ହୋଇଗଲାଣି ବୋଲି ଲାଲୁ ଯାଦବ କହିଥିଲେ ।

Related Posts